National Unity Day: ଲୌହମାନବଙ୍କ ଜନ୍ମ ଜୟନ୍ତୀ ଅବସରରେ ସାରା ଦେଶରେ ‘ରନ୍ ଫର ୟୁନିଟି’ କାର୍ଯ୍ୟକ୍ରମ
Advertisement
Article Detail0/zeeodisha/odisha1937674

National Unity Day: ଲୌହମାନବଙ୍କ ଜନ୍ମ ଜୟନ୍ତୀ ଅବସରରେ ସାରା ଦେଶରେ ‘ରନ୍ ଫର ୟୁନିଟି’ କାର୍ଯ୍ୟକ୍ରମ

National Unity Day: ଆଜି ହେଉଛି ଅଖଣ୍ତତାର ପ୍ରତୀକ, ଲୌହମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ (Sardar Vallabhbhai Patel Jayanti) ଜନ୍ମ ଜୟନ୍ତୀ । ଭାରତ ବର୍ଷକୁ ଏକତ୍ର କରିବାରେ ଏହି ମହାନ ସଂଗ୍ରାମୀଙ୍କ ରହିଛି ଅତୁଳନୀୟ ଅବଦାନ । ପ୍ରଥମ ଗୃହମନ୍ତ୍ରୀ ଓ ଉପମନ୍ତ୍ରୀ ଭାବେ ଦେଶ ପାଇଁ ଏକାଧିକ ଉନ୍ନତିର କାର୍ଯ୍ୟ କରିଥିବା ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜନ୍ମଦିନକୁ ସାରା ଦେଶରେ ‘ରାଷ୍ଟ୍ରୀୟ ଏକତା ଦିବସ’ (National Unity Day 2023) ଭାବେ ପାଳନ କରାଯାଏ ।

ସୌ(ସୋସିଆଲ ମିଡିଆ)

National Unity Day 2023: ଆଜି ହେଉଛି ଅଖଣ୍ତତାର ପ୍ରତୀକ, ଲୌହମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ (Sardar Vallabhbhai Patel Jayanti) ଜନ୍ମ ଜୟନ୍ତୀ । ଭାରତ ବର୍ଷକୁ ଏକତ୍ର କରିବାରେ ଏହି ମହାନ ସଂଗ୍ରାମୀଙ୍କ ରହିଛି ଅତୁଳନୀୟ ଅବଦାନ । ପ୍ରଥମ ଗୃହମନ୍ତ୍ରୀ ଓ ଉପମନ୍ତ୍ରୀ ଭାବେ ଦେଶ ପାଇଁ ଏକାଧିକ ଉନ୍ନତିର କାର୍ଯ୍ୟ କରିଥିବା ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜନ୍ମଦିନକୁ ସାରା ଦେଶରେ ‘ରାଷ୍ଟ୍ରୀୟ ଏକତା ଦିବସ’ (National Unity Day 2023) ଭାବେ ପାଳନ କରାଯାଏ ।

ସୂଚନା ଅନୁଯାୟୀ, ଏହି ଅବସରରେ ସାରା ଦେଶରେ ଆଜି ‘ରନ୍ ଫର ୟୁନିଟି’(Run for unity 2023) କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ଗୁଜୁରାଟ ଏକତା ନଗରରେ ଆୟୋଜିତ କାର୍ଯ୍ୟକ୍ରମରେ ସାମିଲ ହୋଇ ଷ୍ଟାଚ୍ୟୁ ଅଫ୍ ୟୁନିଟିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  (PM Narendra Modi)। ଏହାପରେ ବିଏସ୍ଏଫ୍ ଓ ବିଭିନ୍ନ ରାଜ୍ୟ ପୋଲିସ ଦ୍ୱାରା ରାଷ୍ଟ୍ରୀୟ ଏକତା ପରେଡ୍ର ଆୟୋଜନ କରାଯିବ । ସିଆରପିଏଫ୍ ର ସବୁ ୭୫ ମହିଳା ବାଇକର୍ସ ଫ୍ଲାଗ ଇନ୍ ଓ ଏହା ପରେ ଡେୟାର ଡେଭିଲ ସୋ’ ଅନୁଷ୍ଠିତ ହେବ । ସେହିପରି ଦିଲ୍ଲୀରେ ଆୟୋଜିତ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି ଗୃହମନ୍ତ୍ରୀ ଅମିତ ଶାହ (Amit shah)। ଅନ୍ୟପଟେ କଟକରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ (Dharmendra Pradhan) ‘ରନ୍ ଫର ୟୁନିଟି’ର (Run for unity) ଶୁଭାରମ୍ଭ କରିଛନ୍ତି । ଏନେଇ କଲେଜ ଛକରୁ ଏହି ‘ରନ୍ ଫର୍ ୟୁନିଟି’ ଆରମ୍ଭ କରାଯାଇଛି । ଏହି ଗଣ ଦୌଡ଼ରେ ସହରର ବହୁ ବୁଦ୍ଧିଜୀବୀ, କଲେଜ ଛାତ୍ର ଛାତ୍ରୀ ଓ ଯୁବ ସଂଗଠନ ଯୋଗ ଦେଇଛନ୍ତି । ପରିସ୍ଥିତିକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା ମଧ୍ୟ କରାଯାଇଛି ।

Also Read-Heart Attack: କରୋନା ଯୋଗୁଁ ବଢିଛି ହୃଦଘାତ, ସର୍ତକ କଲେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ