Accident News: ଖାଲକୁ ଖସିଲା ମିନି ଟ୍ରକ୍, ଗୋଟିଏ ପରିବାରର ୧୩ ମୃତ, ୯ ଆହତ
Advertisement
Article Detail0/zeeodisha/odisha2253676

Accident News: ଖାଲକୁ ଖସିଲା ମିନି ଟ୍ରକ୍, ଗୋଟିଏ ପରିବାରର ୧୩ ମୃତ, ୯ ଆହତ

ମୃତକଙ୍କ ମଧ୍ୟରେ ୫ ଜଣ ଶିଶୁ ଥିବା ଜଣା ପଡିଛି । ସମସ୍ତ ୧୩ ମୃତ ଶରୀରକୁ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି କୁହାଯାଇଛି ।

Accident News: ଖାଲକୁ ଖସିଲା ମିନି ଟ୍ରକ୍, ଗୋଟିଏ ପରିବାରର ୧୩ ମୃତ, ୯ ଆହତ

Accident News: ଏକ ମିନିଟ୍ରକ ଦୁର୍ଘଟଣାଗ୍ରସ୍ତ ହେବାରୁ ଗୋଟିଏ ପରିବାରର ୧୩ ସଦସ୍ୟଙ୍କ ମୃତ୍ୟୁ ହୋଇଥିବା ସମୟରେ ୯ଜଣ ଆହତ ହୋଇଛନ୍ତି । ଦୁର୍ଘଟଣାଟି ପାକିସ୍ତାନରୁ ସାମ୍ନାକୁ ଆସିଛି ।

ସୂଚନା ମୁତାବକ, ମିନି ଟ୍ରକଟି ଖୈବର ପଖ୍ତୁନଖୱାର ବନୁ ଜିଲ୍ଲା ଅଞ୍ଚଳରୁ ପଞ୍ଜାବର ଖୁସାବ ଜିଲ୍ଲାକୁ ଆସୁଥିବା ସମୟରେ ଖୁସାବର ପେଞ୍ଚ ପିର ନିକଟରେ ଭାରସ୍ୟାମ ହରାଇ ଏକ ମୁହାଣରେ ଖସିପଡି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଲାହୋରଠାରୁ ଏହି ସ୍ଥାନଟି ପ୍ରାୟ ୨୫୦ କିଲୋମିଟର । ଦୁର୍ଘଟଣା ଘଟିବା ପରେ ସ୍ଥାନୀୟ ଲୋକ ଘଟଣାସ୍ଥଳରେ ରୁଣ୍ଡ ହେବା ସହ ମୃତାହତ ଲୋକଙ୍କୁ ଉଦ୍ଧାର କରିବାରେ ଲାଗିପଡିଥିଲେ । ଏଥିସହ ଦୁର୍ଘଟଣା ବାବଦରେ ଥାନାକୁ ଜଣାଇବା ସହ ଆମ୍ୱୁଲାନ୍ସକୁ କଲ୍ କରିଥିଲେ । ଆହତ ଲୋକଙ୍କୁ ତୁରନ୍ତ ସ୍ଥାନୀୟ ଡାକ୍ତରଖାନାକୁ ପଠାଯାଇଥିଲା । ମୃତକଙ୍କ ମଧ୍ୟରେ ୫ ଜଣ ଶିଶୁ ଥିବା ଜଣା ପଡିଛି । ସମସ୍ତ ୧୩ ମୃତ ଶରୀରକୁ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି କୁହାଯାଇଛି ।

Also Read- jio Plan: ୩୬୫ ଦିନର ଜବରଦସ୍ତ ପ୍ଲାନ ଆଣିଲା ଜିଓ, ଅସୀମିତ କଲିଂ ସହ ଡାଟା ସୁବିଧା

Also Read- Shani Dev: ଶକ୍ତିଶାଳୀ ଅଛନ୍ତି ଶନିଦେବ, ୩ ରାଶିର ଲୋକେ କରନ୍ତୁନି ଏହି ଭୁଲ୍