Odisha Daily News Live: ବିଜେଡି ଉପରେ ବର୍ଷିଲେ ମୋଦୀ, ପଢ଼ନ୍ତୁ ଆଜିର ଆଉ କିଛି ବଡ଼ ଖବର
Advertisement
Article Detail0/zeeodisha/odisha2236122

Odisha Daily News Live: ବିଜେଡି ଉପରେ ବର୍ଷିଲେ ମୋଦୀ, ପଢ଼ନ୍ତୁ ଆଜିର ଆଉ କିଛି ବଡ଼ ଖବର

Odisha Daily News Live: ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ୍ ପାଇଁ ଜୀ ଓଡ଼ିଶା ନ୍ୟୁଜର ହ୍ୱାଟସଆପ ଚ୍ୟାନେଲ ସବସ୍କ୍ରାଇବ କରନ୍ତୁ।

 

Odisha Daily News Live: ବିଜେଡି ଉପରେ ବର୍ଷିଲେ ମୋଦୀ, ପଢ଼ନ୍ତୁ ଆଜିର ଆଉ କିଛି ବଡ଼ ଖବର
LIVE Blog

Odisha Daily News Live: ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ୍ ପାଇଁ ଜୀ ଓଡ଼ିଶା ନ୍ୟୁଜର ହ୍ୱାଟସଆପ ଚ୍ୟାନେଲ ସବସ୍କ୍ରାଇବ କରନ୍ତୁ।

 

06 May 2024
22:55 PM

ରାଜ୍ୟ ମୁଖ୍ୟ ସଚିବଙ୍କ ମାତୃବିୟୋଗ

ମୁଖ୍ୟ ସଚିବ ପ୍ରଦୀପ କୁମାର ଜେନାଙ୍କ ମାଆ ଶକୁନ୍ତଳା ଜେନାଙ୍କ ପରଲୋକ ହୋଇଯାଇଛିଛି ।  ୮୧ବର୍ଷ ବୟସରେ ଆଜି ଦିନ ୧.୪୦ ସମୟରେ ଇହଧାମ ତ୍ୟାଗ କରିଛନ୍ତି ଶକୁନ୍ତଳା । ଖବର ପାଇ ଅନେକ ବରିଷ୍ଠ ସରକାରୀ ଅଧିକାରୀମାନେ ପ୍ରାର୍ଥିବ ଶରୀରରେ ପୁଷ୍ପମାଲ୍ୟ ଦେଇ ଶେଷ ଦର୍ଶନ କରିଥିଲେ । ଆଜି ପୁରୀ ସ୍ୱର୍ଗଦ୍ୱାରରେ ଅନ୍ତିମ ସଂସ୍କାର କରାଯାଇଛି ବୋଲି ସୂଚନା ମିଳିଛି ।

22:40 PM

ଘସିପୁରାରୁ ନିର୍ବାଚନ ଲଢିବା ପାଇଁ ପ୍ରାର୍ଥୀପତ୍ର ଦାଖଲ କଲେ ସୌମ୍ୟରଞ୍ଜନ ପଟ୍ଟନାୟକ

କେନ୍ଦୁଝର: ଘସିପୁରା ଆସନରୁ ନିର୍ବାଚନ ଲଢିବା ପାଇଁ ଆଜି ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ସୌମ୍ୟରଞ୍ଜନ ପଟ୍ଟନାୟକ । କୌଣସି ଦଳରୁ ଟିକେଟ ନପାଇ ଆଜି ସ୍ୱାଧିନ ଭାବେ ଲଢିବାକୁ ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ପ୍ରାର୍ଥୀପତ୍ର ଦାଖଲ ଶୋଭାଯାତ୍ରା ପୂର୍ବରୁ ଘଟଗାଁ ମାଆ ତାରିଣୀ ପୀଠରେ ପୂଜା କରିଥିଲେ ସୌମ୍ୟ । ଅଧିକ ପଢ଼ନ୍ତୁ

22:08 PM

Top 10 News: ଦିନଯାକର ୧୦ଟି ବଡ଼ ଖବର ପଢିବା ପାଇଁ ଏଠାରେ କ୍ଲିକ୍ କରନ୍ତୁ

21:40 PM

Odisha Daily News Live: ଗଞ୍ଜାମ ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ପାଟପୁର ଥାନା ପଟିଗୁଡ଼ା ଗାଁରେ ବଜ୍ରାଘାତରେ ଜଣେ ୧୬ ବର୍ଷୀୟ ନାବାଳକର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

21:05 PM

The Family Man 3: ଆସିବ କି 'ଦ ଫ୍ୟାମିଲି ମ୍ୟାନ୍ ଥ୍ରୀ', ନିର୍ଦ୍ଦେଶକ ଦେଲେ ବଡ଼ ହିଣ୍ଟ୍

The Family Man 3: ପ୍ରାଇମ ଭିଡିଓ ଏକ ଫଟୋ ସେୟାର କରି ଏହି ସୂଚନା ଦେଇଛି । ରାଜ ଏବଂ ଡି.କେ.ଙ୍କ ଏହି ୱେବ୍ ସିରିଜର ଦ୍ୱିତୀୟ ସିଜନ୍ ଶେଷ ହେବା ପରଠାରୁ ଦର୍ଶକମାନେ ଏହାର ସିକ୍ୱେଲକୁ ଅପେକ୍ଷା କରି ରହିଛନ୍ତି । ଏଭଳି ପରିସ୍ଥିତିରେ ଦର୍ଶକଙ୍କ ଅପେକ୍ଷା ଶୀଘ୍ର ଶେଷ ହେବାକୁ ଯାଉଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ଅଧିକ ପଢ଼ନ୍ତୁ

20:35 PM

ଅଷ୍ଟ୍ରେଲିଆରେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ, ହତ୍ୟା ଅଭିଯୋଗ

ନୂଆଦିଲ୍ଲୀ: କିଛି ମାସ ହେବ ଆମେରିକାରୁ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସୁଥିଲା କିନ୍ତୁ ବର୍ତ୍ତମାନ ଆମେରିକା ସହ ଯୋଡି ହୋଇଛି ଆଉ ଏକ ଦେଶର ନାଁ । ଅଷ୍ଟ୍ରେଲିଆରେ ଜଣେ ଭାରତୀୟ ଛାତ୍ରଙ୍କୁ ଛୁରୀ ଭୁଷିବା ସହ ମାଡ ମାରି ହତ୍ୟା କରାଯାଇଥିବା ଅଭିଯୋଗ ଆସିଛି । ଅଧିକ ପଢ଼ନ୍ତୁ

20:00 PM

କୁଆପଥର ବର୍ଷା ସହ ବଜ୍ରପାତ, ଜଳିଗଲେ ୨୨ ଛେଳି

ଭଞ୍ଜନଗର: କାଳବୈଶାଖି ସମୟରେ ବଜ୍ରପାତ କାରଣରୁ ଜଳିଗଲେ ୨୨ଟି ଛେଳି । ଏପରି ଏକ ଅଘଟଣ ଘଟିଛି ସୋରଡ଼ା ଥାନା ଅନ୍ତର୍ଗତ ରତ୍ନପୁର ଗାଁରେ । ଏକା ସାଙ୍ଗରେ ଏତେମାତ୍ରାରେ ଛେଳି ବଜ୍ରପାତ କାରଣରୁ ଜୀବନ ହରାଇବା କାରଣରୁ ଛେଳି ମାଲିକ ଏବେ ଚିନ୍ତାରେ । ଅଧିକ ପଢ଼ନ୍ତୁ

19:35 PM

Rashifal 7 May 2024: ମଙ୍ଗଳବାର ସୂର୍ଯ୍ୟଙ୍କ ପରି ଚମକିବ ଏହି ରାଶିର ଭାଗ୍ୟ, ଜାଣନ୍ତୁ ରାଶିଫଳ

Rashifal 7 May 2024: ୭ ମଇ ମଙ୍ଗଳବାର ଦିନ କେମିତି କଟିବ ଆପଣଙ୍କ ଦିନ ? ମେଷଠାରୁ ମୀନ ପର୍ଯ୍ୟନ୍ତ ୧୨ଟି ରାଶିର ଭାଗ୍ୟଫଳ ଜାଣନ୍ତୁ । ଅଧିକ ପଢ଼ନ୍ତୁ

19:15 PM

Shukra Gochar 2024: ବୃହସ୍ପତି-ଶୁକ୍ରଙ୍କ ମହା-ମିଳନ, ଚମକିବ ଏହି ସବୁ ରାଶିଙ୍କ ଭାଗ୍ୟ, ଧନଲାଭ ସହ ପାଇବେ ଖୁସି ଖବର !

Shukra Gochar: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ବୃହସ୍ପତି ମେ ୧ରେ ବୃଷ ରାଶିରେ ପ୍ରବେଶ କରିଛି। ବର୍ତ୍ତମାନ ମେ ୧୯ରେ ଶୁକ୍ର ବୃଷ ରାଶିରେ ପ୍ରବେଶ କରିବେ। ଏପରି ପରିସ୍ଥିତିରେ ଏହି ସମୟରେ ବୃଷ ରାଶିରେ ବୃହସ୍ପତି ଏବଂ ଶୁକ୍ରଙ୍କ ସଂଯୋଗ ହେବାକୁ ଯାଉଛି। ଉଭୟ ଗ୍ରହ ଜୁନ୍ ୧୧ ପର୍ଯ୍ୟନ୍ତ ବୃଷ ରାଶିରେ ଏକାଠି ରହିବେ । ଅଧିକ ପଢ଼ନ୍ତୁ

18:45 PM

Puri News: ଆଜି ପୁରୀରେ ପହଞ୍ଚିଲା ଚତୁର୍ଥ ପର୍ଯ୍ୟାୟ ରଥକାଠ

Puri News: ଆଗକୁ ଆସୁଛି ବିଶ୍ବ ପ୍ରସିଦ୍ଧ ରଥଯାତ୍ରା। ଏନେଇ ଆଜି ପୁରୀରେ ପହଞ୍ଚିଛି ଚତୁର୍ଥ ପର୍ଯ୍ୟାୟ ରଥକାଠ। ଆସିକା ବନଖଣ୍ତରୁ ଏହି କାଠ ଆସି ପହଞ୍ଚିଥିବା ନେଇ ରଥ ତତ୍ତ୍ବାବଧାରକ ସୂଚନା ଦେଇଛନ୍ତି। ଅଧିକ ପଢ଼ନ୍ତୁ

18:00 PM

Amarnath Yatra 2024: ଅମରନାଥଙ୍କ କାହାଣୀ ଶୁଣିଥିବା ପାରା ରହସ୍ୟ କ'ଣ? ଏବେ ବି ମିଳୁଛି ଦର୍ଶନ !

Amarnath Katha: ବାବା ଅମରନାଥଙ୍କ ବିଷୟରେ ଆଲୋଚନା କରାଗଲେ ଯୁଗଳ ପାରାଙ୍କ କଥା ନିଶ୍ଚେ ଚର୍ଚ୍ଚା ହୁଏ । ଆପଣ ଜାଣନ୍ତି କି ଯୋଡି ପାରା କାହିଁକି ସବୁବେଳେ ଗୁମ୍ଫାରେ ବସିଥାନ୍ତି ? ଆସନ୍ତୁ ଏହାର ପୈରାଣିକ କଥା ଜାଣିବା । ଅଧିକ ପଢ଼ନ୍ତୁ

17:30 PM

Odisha News: ହଷ୍ଟେଲରେ ଦଶମ ଶ୍ରେଣୀ ଛାତ୍ରର ଆତ୍ମହତ୍ୟା

Odisha News: ହଷ୍ଟେଲରେ ଦଶମ ଶ୍ରେଣୀ ଛାତ୍ରର ଆତ୍ମହତ୍ୟା। ଜଗତସିଂହପୁର ପୌରାଞ୍ଚଳ ଅନ୍ତର୍ଗତ ଲାଲାସାହିସ୍ଥିତ ସାଇ ଆବାକସ ଏକାଡେମୀ ନାମକ କୋଚିଂ ସେଣ୍ଟରର ହଷ୍ଟେଲରେ ଏଭଳି ଘଟଣା ଘଟିଛି । ବିରିଡି ବ୍ଲକ ଗୋପୀନାଥପୁର ଗ୍ରାମର ବିଭୁତି ଭୂଷଣ ସ୍ବାଇଁଙ୍କ ବଡ଼ପୁଅ ବିଶ୍ୱରଞ୍ଜନ ସ୍ବାଇଁ ଗତରାତିରେ ହଷ୍ଟେଲର ନିଜ ରୁମରେ ବେକରେ ବେଡ଼ସିଟ ଲଗାଇ ସିଲିଂ ଫ୍ୟାନରେ ଝୁଲି ଆତ୍ମହତ୍ୟା କରିଛନ୍ତି। ଅଧିକ ପଢ଼ନ୍ତୁ

17:05 PM

କାଳବୈଶାଖୀ ବଦଳାଇଲା ହେଲିକପ୍ଟର ଦିଗ, ରାଜଧାନୀ ବଦଳରେ ଝାରସୁଗୁଡାରେ ଓହ୍ଲାଇଲେ ନବୀନ

Weather Update: ଆଜି ଅନେକ ସ୍ଥାନରେ ଗରମରୁ ଆଶ୍ୱସ୍ତି ଦେଇଛି କାଳବୈଶାଖୀ । ଅପରାହ୍ମ ସମୟରେ ଆକାଶରେ କଳାହାଣ୍ଡିଆ ବାଦଲ ଚାହୁଁ ଚାହୁଁ ଆସି ବର୍ଷିଥିଲା ବର୍ଷା । ଏବେ ମଧ୍ୟ ରାଜ୍ୟର ଅନେକ ଜିଲ୍ଲାରେ ମେଘୁଆ ପାଗ ଦେଖିବାକୁ ମିଳିଛି । ବିଶେଷକରି ରାଜଧାନୀ ଭୁବନେଶ୍ୱର ସମେତ ପୁରୀ, ନୟାଗଡ଼, ଗଞ୍ଜାମରେ ବର୍ଷା କାଳବୈଶାଖୀ ବର୍ଷା ହୋଇଛି । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖଡିଆଳରୁ କାର୍ଯ୍ୟକ୍ରମ ସାରି ଭୁବନେଶ୍ୱର ଫେରିବା ସମୟରେ କାଳବୈଶାଖୀ ବର୍ଷା ପବନର ଶିକାର ହୋଇଥିଲେ । ଫଳରେ ବସିଥିବା ହେଲିକପ୍ଟରଟି ରାଜଧାନୀରେ ଅବତରଣ କରିନପାରି ଝାରସୁଗୁଡା ଅଭିମୁଖେ ଯାଇଥିବା ସୂଚନା ମିଳିଛି । ଅଧିକ ପଢ଼ନ୍ତୁ

16:30 PM

ପ୍ରଧାନମନ୍ତ୍ରୀଙ୍କ ମନ୍ତବ୍ୟ ପରେ ମୁଖ୍ୟମନ୍ତ୍ରୀଙ୍କ ବୟାନ;'ବହୁତ ଦିନ ହେଲା ବିଜେପି ଦିନରେ ସ୍ୱପ୍ନ ଦେଖୁଛି

Odisha Election 2024: ଜୁନ୍ ୪ ହେଉଛି ବିଜେଡି ସରକାରର ଏକ୍ସପାଏରୀ ଡେଟ୍ । ଏହା ଆପଣ ଲେଖିରଖନ୍ତୁ ବୋଲି ନବରଙ୍ଗପୁର ବାସୀଙ୍କୁ ଜୋର୍ ଦେଇ କହିଥିଲେ ମୋଦି । ୧୦ ଜୁନ୍ ରେ ଭାଜପା ମୁଖ୍ୟମନ୍ତ୍ରୀଙ୍କ ଶପଥ ସମାରୋହ ଡେଟ୍ ବୋଲି କହିଲେ ମୋଦି । ତେବେ ଆଜି ମୁଁ ନିମନ୍ତ୍ରଣ ଦେବାକୁ ଆସିଛି ବୋଲି ମୋଦି ନିଜ ଅଭିଭାଷଣରେ କହିଛନ୍ତି । ଅଧିକ ପଢ଼ନ୍ତୁ

16:20 PM

Budh Shukra Yuti 2024: ବୁଧ ଏବଂ ଶୁକ୍ରଙ୍କ ମିଳନ କାରଣରୁ ୫ ରାଶିକୁ ବଡ଼ ପ୍ରଭାବ

Budh Shukra Yuti 2024: ଯେତେବେଳେ ଦୁଇଟି ଗ୍ରହର ମିଳନ ହୁଏ ସେତେବେଳେ ଏହାର ପ୍ରଭାବ ସମସ୍ତ ୧୨ ଟି ରାଶିର ବ୍ୟକ୍ତିବିଶେଷଙ୍କ ଜୀବନ ଉପରେ ପଡିଥାଏ । ଆଜି ଆମେ ଆପଣଙ୍କୁ ୫ଟି ରାଶି ଉପରେ ପଡିବାକୁ ଯାଉଥିବା ପ୍ରଭାବ ବିଷୟରେ କହିବୁ । ଯାହା ବୁଧ ଏବଂ ଶୁଙ୍କର ମିଳନରୁ କ୍ଷତି ସହିବେ । ଅଧିକ ପଢ଼ନ୍ତୁ

16:15 PM

Top 10 News Today: ଅପରାହ୍ନର ୧୦ଟି ବଡ଼ ଖବର ପଢିବା ପାଇଁ ଏଠାରେ କ୍ଲିକ୍ କରନ୍ତୁ

16:00 PM

Actor Death: ହୃଦଘାତରେ ପ୍ରାଣ ହରାଇଲେ ଏହି ପ୍ରସିଦ୍ଧ ଅଭିନେତା, ସିନେ ଜଗତରେ ଶୋକର ଛାୟା

Actor Death: ଭାରତୀୟ ସିନେ ଜଗତରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଭାରତୀୟ ସିନେମା ଆଉ ଏକ ସିତାରା ହରାଇଛି। ହୃଦଘାତ ଯୋଗୁଁ ଜଣେ ପ୍ରସିଦ୍ଧ ଅଭିନେତାଙ୍କର ମୃତ୍ୟୁ ହୋଇଛି। ଅଭିନେତାଙ୍କ ଦେହାନ୍ତରେ ତାଙ୍କ ପ୍ରଶଂସକମାନେ ଅତ୍ୟନ୍ତ ଭାଙ୍ଗି ପଡ଼ିଥିବା ଦେଖିବାକୁ ମିଳିଛି। ଅଧିକ ପଢ଼ନ୍ତୁ

15:35 PM

Jio Recharge Plan: ଜିଓର ଜବରଦସ୍ତ ରିଚାର୍ଜ ପ୍ଲାନ, ମାତ୍ର ୨୯ ଟଙ୍କାରେ ବଡ଼ ଲାଭ

Jio Recharge Plan: ଭାରତର ସର୍ବବୃହତ ଟେଲିକମ୍ କମ୍ପାନୀ ଜିଓ ଏହାର ଗ୍ରାହକଙ୍କୁ ସବୁଠୁ ଅଧିକ ସେବା ଯୋଗାଉଛି । ଗ୍ରାହକଙ୍କୁ ଉନ୍ନତ ଏବଂ ସୁଲଭ ପ୍ଲାନରେ ସେବା ଯୋଗାଇବା ଜିଓର ମୁଖ୍ୟ ଲକ୍ଷ । ରିଲାଏନ୍ସ ଜିଓର ୧୯ ଟଙ୍କା ଏବଂ ୨୯ ଟଙ୍କା ପ୍ଲାନ ଡାଟା ବୁଷ୍ଟର୍ ପ୍ଲାନ୍ ଭାବରେ ବେଶ୍ ଜଣାଶୁଣା । ଆପଣ ଏଥିରେ ଅନ୍ୟାନ୍ୟ ବୈଶିଷ୍ଟ୍ୟ ମଧ୍ୟ ପାଇପାରିବେ । ଆସନ୍ତୁ ଜାଣିବା ଜିଓର ଏହି ଶସ୍ତା ରିଚାର୍ଜ ପ୍ଲାନରେ କିପରି ଲାଭ ପାଇପାରିବେ ଆପଣ । ଅଧିକ ପଢ଼ନ୍ତୁ

13:46 PM

ନବରଙ୍ଗପୁରରୁ ମୋଦିଙ୍କ ଗର୍ଜନ; ଜୁନ୍ ୪ ହେଉଛି ବିଜେଡି ସରକାରର ଏକ୍ସପାଏରୀ ଡେଟ୍...ପଢନ୍ତୁ ପୂରା ଖବର

 

13:19 PM

 Odisha News Live Update: ମୋଦି ମୋଦି ନାରାରେ କମ୍ପୁଛି ନବରଙ୍ଗପୁର 
ଆପଣ ପଦ୍ନ ବଟନ ଦବେଇବେ ତ ମୋତେ ହିଁ ଭୋଟ ମିଳିବ। ଘରକୁ ଘର ଯାଆନ୍ତୁ ସଚେତନ କରନ୍ତୁ ଭାଜପା ସରକାର ଆଣନ୍ତୁ । 

13:17 PM

Odisha News Live Update: ମୋଦି ମୋଦି ନାରାରେ କମ୍ପୁଛି ନବରଙ୍ଗପୁର 
ମୋଦି ଯେମିତି କାଶୀ କରିଡରକୁ ଭବ୍ୟ କରିଛନ୍ତି, ଯେମିତି ଅଯୋଧ୍ୟାର କରିଡରକୁ ଭବ୍ୟ କରାଯାଇଛି ସେମିତି ପୁରୀ କ୍ଷେତ୍ରକୁ ମଧ୍ୟ ଭବ୍ୟ କରାଯିବ ଏହା ମୋଦିଙ୍କ ଗ୍ୟାରେଣ୍ଟି। 

 

13:13 PM

Odisha News Live Update: ମୋଦି ମୋଦି ନାରାରେ କମ୍ପୁଛି ନବରଙ୍ଗପୁର 
ନବରଙ୍ଗପୁରରୁ କଂଗ୍ରେସକୁ ବି ଟାର୍ଗେଟ୍ । କଂଗ୍ରେସ ସବୁ ପଇସା ଖାଇଗଲା ବୋଲି କହିଲେ ମୋଦି । ମୁଁ ଗରିବ ପରିବାରରୁ ଆସିଛି ମୋତେ ଗରିବୀ ଜଣା ଅଛି। ହେଲେ ମୁଁ ପ୍ରଧାନମନ୍ତ୍ରୀ ହେବା ପରେ ଗୋଟେ ଟଙ୍କା ଦେବି ହେଲେ କାହାକୁ ଖାଇବାକୁ ଦେବିନି । ଯିଏ ରାଜ୍ୟର ହିତ ରେ ଲାଗୁଥିବା ପଇସା ଖାଇବ ସେ ଜେଲ୍ ରେ ରୁଟି ଖାଇବ। 

13:11 PM

Odisha News Live Update: ମୋଦି ମୋଦି ନାରାରେ କମ୍ପୁଛି ନବରଙ୍ଗପୁର 
ସବୁ ବର୍ଗର ଲୋକଙ୍କୁ ବିଜେପି ସୁଯୋଗ ଦେଇଛି ସମ୍ମାନ ଦେଇଛି। ଓଡ଼ିଶାର ଜଣେ ନାରୀକୁ ପୂରା ଦେଶ ରାଷ୍ଟ୍ରପତି କରିଛି । 

13:09 PM

Odisha News Live Update: ମୋଦି ମୋଦି ନାରାରେ କମ୍ପୁଛି ନବରଙ୍ଗପୁର 
ଭାଜପା କୁ ଗୋଟେ ଥର ସୁଯୋଗ ଦେଇ ଦେଖନ୍ତୁ ଓଡ଼ିଶାକୁ ଏକ ନମ୍ବର କରିବ ବିଜେପି । ଓଡ଼ିଶାର ବିକାଶ ନିଶ୍ଟୟ ହେବ ବୋଲି କହିଲେ ମୋଦି। 

13:08 PM

Odisha News Live Update: ମୋଦି ମୋଦି ନାରାରେ କମ୍ପୁଛି ନବରଙ୍ଗପୁର 
ଏଠି ସବୁ ପ୍ରକାର ଚାଷୀ ସମସ୍ୟାରେ ହେଲେ ୨୫ ବର୍ଷ ହେଲାଣି ଯିଏ ଆପଣଙ୍କ ସମସ୍ୟା ଦୂର କରିପାରୁନି ସେମିତି ସରକାର ରଖି ଲାଭ କଣ ପଚାରିଛନ୍ତି। 

13:07 PM

Odisha News Live Update: ମୋଦି ମୋଦି ନାରାରେ କମ୍ପୁଛି ନବରଙ୍ଗପୁର 
କେନ୍ଦୁପତ୍ର ଗୋଟାଳିଙ୍କ ପାଇଁ ବୋନସ ଘୋଷଣା କଲେ ମୋଦି । ସରକାର ଆସିଲେ କେନ୍ଦୁପତ୍ର ସଂଗ୍ରହକାରୀ ଅନେକ ଲାଭ ପାଇବେ ବୋଲି କହିଛନ୍ତି ମୋଦି।  

 

13:06 PM

Odisha News Live Update: ମୋଦି ମୋଦି ନାରାରେ କମ୍ପୁଛି ନବରଙ୍ଗପୁର 
ଓଡ଼ିଶା ରାଜ୍ୟରେ ବିଜେପି ସରକାର ଆସିଲେ ତା ପର ଦିନ ହିଁ ଧାନର ଏମଏସପି ମୂଲ୍ୟ ୩୧୦୦ ଟଙ୍କା କରାଯିବ। ଏହା ମୋଦିଙ୍କ ଗ୍ୟାରେଣ୍ଟି ବୋଲି କହିଛନ୍ତି ମୋଦି । 

13:04 PM

Odisha News Live Update: ମୋଦି ମୋଦି ନାରାରେ କମ୍ପୁଛି ନବରଙ୍ଗପୁର 
ପଡ଼଼ୋଶୀ ରାଜ୍ୟ ଛତିଶଗଡ଼ର ଉଦାହରଣ ଦେଲେ ମୋଦି । ସେ ରାଜ୍ୟରେ କେମିତି ଉନ୍ନତି ହେଉଛି ଦେଖିବାକୁ କହିଲେ ମୋଦି । କାରଣ ସେଠାକାର ସରକାର ବିଜେପି ସରକାର । ଚାଷୀ ଓ ଗରିବଙ୍କ ପାଇଁ ଅନେକ ଯୋଜନା କରିଛନ୍ତି ବିଜେପି। 

13:04 PM

Odisha News Live Update: ମୋଦି ମୋଦି ନାରାରେ କମ୍ପୁଛି ନବରଙ୍ଗପୁର 
ଓଡ଼ିଶାରେ ଏବେ ବିଜେଡିର ଭ୍ରଷ୍ଟାଚାର ଆଉ ଦେଖିବାକୁ ମିଳିବନି। ଏଠାରେ ଭାଜପା ସରକାର ଆସୁଛି । ଆଉ ଭାଜପା ସରକାର ଆସିବା ପରେ ଓଡ଼ିଶା ବାସୀ ସବୁ ପ୍ରକାରର ଯୋଜନା ର ଲାଭ ପାଇବେ । 

13:02 PM

Odisha News Live Update: ମୋଦି ମୋଦି ନାରାରେ କମ୍ପୁଛି ନବରଙ୍ଗପୁର 
ଓଡ଼ିଶା ଲୋକଙ୍କ ମଧ୍ୟରେ ସେ ସାହାସ ଓ ଉତ୍କଣ୍ଠା ରହିଛି ହେଲେ ବିଜେଡି ସରକାର ଏହାକୁ ସାମ୍ନାକୁ ଆଣିନି ମୋତେ ଦୁଃଖ ଦେଇଛି ବୋଲି କହିଛନ୍ତି ମୋଦି। କେନ୍ଦ୍ର ସରକାର ଯାହା ଯୋଜନା କରିଛନ୍ତି ତାକୁ ଲାଗୁ କରିନାହାଁନ୍ତି ଏଠାକାର ବିଜେଡି ସରକାର । ଯେଉଁ ଯୋଜନା ବି ଲାଗୁ ହେଲା ସେଥିରେ ଭ୍ରଷ୍ଚାଚାରା ସ୍ପଷ୍ଟ ଭାବେ ଦିଶୁଛି ।  

13:01 PM

Odisha News Live Update: ମୋଦି ମୋଦି ନାରାରେ କମ୍ପୁଛି ନବରଙ୍ଗପୁର
ଗତକାଲି ବିଜେପି ଯେଉଁ ମାନିଫେଷ୍ଟୋ ଜାରି କରିଛି ସେଥିରେ ମୋଦିଙ୍କ ଗ୍ୟାରେଣ୍ଟି ବୋଲି କହିଛନ୍ତି ମୋଦି । ଶୁଭଦ୍ରା ଯୋଜନାରେ ଓଡ଼ିଶାର ମା ଭଉଣୀ ଉପକୃତ ହେବେ ବୋଲି କହିଛନ୍ତି ମୋଦି। ଭାଜପାର ସଂକଳ୍ପ ପତ୍ର ରେ ଗୋଟିଏ ରୁ ଗୋଟିଏ କଥାରେ ଭାଜପା ଗ୍ୟାରେଣ୍ଟି ଦେଇଛି। 

12:58 PM

Odisha News Live Update: ମୋଦି ମୋଦି ନାରାରେ କମ୍ପୁଛି ନବରଙ୍ଗପୁର
ଜୁନ୍ ୪ ହେଉଛି ବିଜେଡି ସରକାରର ଏକ୍ସପାଏରୀ ଡେଟ୍ । ଏହା ଆପଣ ଲେଖିରଖନ୍ତୁ ବୋଲି ନବରଙ୍ଗପୁର ବାସୀଙ୍କୁ କହିଲେ ମୋଦି । ୧୦ ଜୁନ୍ ରେ ଭାଜପା ମୁଖ୍ୟମନ୍ତ୍ରୀଙ୍କ ଶପଥ ସମାରୋହ ଡେଟ୍ ବୋଲି କହିଲେ ମୋଦି । ତେବେ ଆଜି ମୁଁ ନିମନ୍ତ୍ରଣ ଦେବାକୁ ଆସିଛି ବୋଲି ମୋଦି କହିଛନ୍ତି । 

12:57 PM

Odisha News Live Update: ମୋଦି ମୋଦି ନାରାରେ କମ୍ପୁଛି ନବରଙ୍ଗପୁର
ଓଡ଼ିଶା ଓ ଦିଲ୍ଲୀରେ ଡବଲ ଇଞ୍ଜିନ ସରକାର ଆସିଲେ ଓଡ଼ିଶାରେ ପ୍ରଗତି ଆଣିବ ମୋଦି ସରକାର । ଲୋକସଭାର ୨୧ଟି ସିଟ୍ ରେ ପଦ୍ମ ଫୁଟିବ ବୋଲି ମୋଦି କହିଛନ୍ତି । ସେହିପରି ବିଧାନସଭାରେ ଭାଜପା ବା ବିଜେପି କୁ ବମ୍ପର ଜିତ୍ ମିଳିବ ବୋଲି ମୋଦି କହିଛନ୍ତି। କାରଣ ବିଜେପି ସରକାର ଆସିଲେ ଓଡ଼ିଶାକୁ ପ୍ରଗତିରୁ କେହି ହଟାଇପାରିବେନି। 

12:54 PM

Odisha News Live Update: ମୋଦି ମୋଦି ନାରାରେ କମ୍ପୁଛି ନବରଙ୍ଗପୁର
ଯିଏ ଏଠାକାର ସମସ୍ୟା ଜାଣିଥିବ ଯିଏ ସମସ୍ୟା ସମାଧାନ କରିବ । ଯିଏ ରାଜ୍ୟର ପରମ୍ପରା ଓ ସଂସ୍କୃତି ଜାଣିଥିବ ଭାଜପା ତାକୁ ହିଁ ସରକାର ଚୌକିର ବସାଇବ। 

 

12:54 PM

Odisha News Live Update: ମୋଦି ମୋଦି ନାରାରେ କମ୍ପୁଛି ନବରଙ୍ଗପୁର
ଚଳିତ ଥର ବିଜେଡି ଯିବ ବିଜେପି ଆସିବ । ଓଡ଼ିଶାରେ ପ୍ରଥମ ଥର ଡବଲ ଇଞ୍ଜିନ ସରକାର ଚାଲିବ। ଓଡ଼ିଶାକୁ ବିଜେପି ର ପ୍ରଥମ ମୁଖମନ୍ତ୍ରୀ ମିଳିବ । କେହି ବାହାର ଲୋକ ନୁହେଁ ଓଡ଼ିଶା ମାର ପୁଅ କି ଝିଅ ହିଁ ମୁଖ୍ୟମନ୍ତ୍ରୀ ବନିବ । 

 

12:50 PM

Odisha News LIVE Update: ମୋଦି ମୋଦି ନାରାରେ କମ୍ପୁଛି ନବରଙ୍ଗପୁର

ଜୟ ଜଗନ୍ନାଥ, ଜୟ ଶ୍ରୀରାମ ନାରାରେ କମ୍ପିଲା ନବରଙ୍ଗପୁର । ଓଡ଼ିଆରେ ଅଭିଭାଷଣ ରଖିଲେ ପ୍ରଧାନମନ୍ତ୍ରୀ । ନବରଙ୍ଗପୁରର ଅଧିଷ୍ଠାତ୍ରୀଙ୍କ ଆଶୀର୍ବାଦ ନେଲେ ମୋଦି ।  ଆପଣଙ୍କ କଷ୍ଟ ବୃଥା ଯିବନି କହିଲେ ପ୍ରଧାନମନ୍ତ୍ରୀ। ସବୁ ଏମଏଲଏ ଓ ଏମପି ପ୍ରାର୍ଥୀଙ୍କ ହାତ ଧରି ସାହାସ ଦେଲେ ମୋଦି। 

12:45 PM

Odisha News Live Updates: ନବରଙ୍ଗପୁରରେ ପହଞ୍ଚିଲେ ମୋଦୀ
ନବରଙ୍ଗପୁରରେ ଜୟ ଜଗନ୍ନାଥରୁ ଭାଷଣ ଆରମ୍ଭ କଲେ ପ୍ରଧାନମନ୍ତ୍ରୀ। ଆରମ୍ଭରୁ ଓଡ଼ିଆରେ କହିଲେ ମୋଦୀ

12:43 PM

Odisha News Live Updates: ନବରଙ୍ଗପୁରରେ ପହଞ୍ଚିଲେ ମୋଦୀ
ବ୍ରହ୍ମପୁରରେ ପରେ ନବରଙ୍ଗପୁରରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ। ଏଠାରେ ସଂକଳ୍ପ ସଭାକୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ।

10:59 AM

Odisha News Live Updates: ବିଜେଡି ଉପରେ ବର୍ଷିଲେ ମୋଦୀ
ସାମୁଦ୍ରିକ ସାମର୍ଥ୍ୟକୁ ବଢ଼ାଇବା ଲାଗି ନିବେଶ ହେଉଛି। ଆମେ ପ୍ରଥମଥର ମତ୍ସ୍ୟଚାଷ ମନ୍ତ୍ରଣାଳୟ ହୋଇଛି। ଅଲଗା ମତ୍ସ୍ୟ ବିଭାଗ ମନ୍ତ୍ରୀ ହୋଇଛନ୍ତି।  ମତ୍ସ୍ୟଚାଷୀଙ୍କୁ କ୍ରେଡିଟ୍‍କାର୍ଡ ଦିଆଯାଇଛି।  ମତ୍ସ୍ୟଚାଷୀଙ୍କ ସୁରକ୍ଷା ପାଇଁ ଆମେ ଚେଷ୍ଟିତ। ସେମାନଙ୍କ ବୀମା, ଉତ୍ପାଦନ, ପ୍ରକ୍ରିୟାକରଣ ଉପରେ ଦ୍ରୁତଗତିରେ କାର୍ଯ୍ୟ ଚାଲିଛି। ଉପକୂଳ ସର୍କିଟ ଯୋଜନାରେ ଉପକୂଳ ପର୍ଯ୍ୟଟନକୁ ବିକାଶ ମିଳୁଛି। ଗଞ୍ଜାମ ଦେଶର ସବୁଠାରୁ ଆକର୍ଷକ କ୍ଷେତ୍ର ହେବ ସେଥିପାଇଁ ଆମେ ସଂକଳ୍ପବଦ୍ଧ।

10:57 AM

Odisha News Live Updates: ବିଜେଡି ଉପରେ ବର୍ଷିଲେ ମୋଦୀ
ତ୍ରିପୁରାକୁ ୩୦ ବର୍ଷ ଶାସନ କାଳରେ କମ୍ୟୁନିଷ୍ଟ ସରକାର ନଷ୍ଟ କରିଦେଇଥିଲେ। ସେଠାରେ ସବୁ ନୂଆ ସଦସ୍ୟ ଆସିଲେ। ୫ ବର୍ଷ ସେମାନେ ଏତେ ଭଲ କାର୍ଯ୍ୟ କଲେ ଆଜି ସୁଶାସନ ଦେଖନ୍ତୁ। ଉତ୍ତର ପ୍ରଦେଶରେ ଆଇନ ଶୃଙଘ୍ଖଳା ବିପର୍ଯ୍ୟସ୍ତ ହୋଇଥିଲା। ଏବେ ଯୋଗୀଙ୍କ ନେତୃତ୍ୱରେ ସେଠାରେ ସୁଶାସନ ରହିଛି। ନିବେଶ କଥା କହିଲା ଉତ୍ତର ପ୍ରଦେଶ ରହିଛି। ଆସାମରେ ମଧ୍ୟ ସେଇ ଅବସ୍ଥା। ଛତିଶଗଡ଼ରେ ପୁଣିଥରେ ସରକାରଙ୍କୁ ଆସିବା ପରେ ବିକାଶ ରାସ୍ତା ବଢ଼ିଛି। ତାହା ଓଡ଼ିଶାରେ ହେବାକୁ ଯାଉଛି।

10:56 AM

Odisha News Live Updates: ବିଜେଡି ଉପରେ ବର୍ଷିଲେ ମୋଦୀ
ଥରେ ସେବା କରିବାର ସୁଯୋଗ ଦିଅନ୍ତୁ, ୫ ବର୍ଷରେ ଓଡ଼ିଶାକୁ ଏକନମ୍ବର ରାଜ୍ୟରେ ପରିଣତ କରାଯିବ। ବିଜେପିର ପରିଚୟ ହେଉଛି ସୁଶାସନ। ଯେଉଁଠାରେ ସେବା କରିବାର ମୌକା ମିଳେ ସେଠାରେ ବିକାଶ ନୂଆ ଦିଗ ନେଇଥାଏ।

10:54 AM

Odisha News Live Updates: ବିଜେଡି ଉପରେ ବର୍ଷିଲେ ମୋଦୀ
ଯେତେବଳେ ଓଡ଼ିଶାରେ ଓଡ଼ିଆ ସଂସ୍କୃତିକୁ ବୁଝୁଥିବା, ଓଡ଼ିଶା ସଂସ୍କୃତିକୁ ନେଇ ବଞ୍ଚୁଥିବା, ଗର୍ବ କରୁଥିବା ସମର୍ପିତ ବ୍ୟକ୍ତି ମୁଖ୍ୟମନ୍ତ୍ରୀ ହେବେ ତ ଆପଣଙ୍କ ସମସ୍ୟାର ସମାଧାନ ଜଲଦି ହେବ। ସେଥିପାଇଁ ବିଜେପିର ସରକାର ହେବା ଦରକାର। ବିଜେପିର ଶପଥ ସମାରୋହ ହେବ। ସେଠାକୁ ଆପଣ ସମସ୍ତଙ୍କୁ ଆସିବାକୁ ହେବ।

10:52 AM

Odisha News Live Updates: ବିଜେଡି ଉପରେ ବର୍ଷିଲେ ମୋଦୀ
ବିଜେପି ଅନେକ ଗୌରବସହ ଓଡ଼ିଶା ମାଟିରେ ଜନ୍ମିତ ଓଡ଼ିଆ ଝିଅଙ୍କୁ ଦେଶର ସବୁଠାରୁ ବଡ଼ ପଦ ଦେଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି କରିଛି। ସେ ସବୁବେଳେ ଓଡ଼ିଶାର ବିକାଶ ପାଇଁ ବହୁତ କଥା କହିଛନ୍ତି। ତାଙ୍କ ମାର୍ଗ ଦର୍ଶନରେ ମୁଁ ବହୁତ କିଛି ଓଡ଼ିଶା ପାଇଁ କରିପାରିବି।

 

10:51 AM

Odisha News Live Updates: ବ୍ରହ୍ମପୁରରେ ମୋଦୀ
ଗର୍ଭବତୀ ମହିଳାଙ୍କୁ ମୋଦୀ ସରକାର ୬୦୦୦ ଟଙ୍କା ଦେଉଛନ୍ତି। ଏହାଦ୍ୱାରା ତାଙ୍କ ଘରେ ମା’ଙ୍କୁ ପୋଷଣ ମିଳିବ। କିନ୍ତୁ ଏଠାରେ ମା’ ଭଉଣୀଙ୍କୁ ସ୍ନେହ କରିବା ଯୋଜନାକୁ ମଧ୍ୟ ଏଠାରେ ଲାଗୁ କରି ନାହାନ୍ତି। ବିଜେଡି ସରକାରଙ୍କୁ କୌଣସି ମା କ୍ଷମା କରିବେ ନାହିଁ। ବିଜେପି ସରକାର ମହିଳା ସଶକ୍ତିକରଣ ପାଇଁ ପ୍ରତିବଦ୍ଧ।

10:48 AM

Odisha News Live Updates: ବ୍ରହ୍ମପୁରରେ ମୋଦୀ
ପିଲାଙ୍କଠୁ ଚିତ୍ର ସଂଗ୍ରହ କଲେ ମୋଦୀ। ମା’, ଭଉଣୀ ଓ ନୌ-ଯବାନଙ୍କଠାରୁ ଚିତ୍ର ଗ୍ରହଣ କରିଲେ। ସେଇ ଛବି ପଛରେ ନିଜର ଠିକଣା ଲେଖିବାକୁ କହିଲେ। ଓଡ଼ିଆରେ ପତ୍ର ଲେଖିବେ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭଳି ନୁହଁନ୍ତି ବୋଲି କହିଥିଲେ ମୋଦୀ।

10:47 AM

Odisha News Live Updates: ବ୍ରହ୍ମପୁରରେ ମୋଦୀ
ମୋଦୀ ଗାଁରେ ସଡ଼କ ତିଆରି ପାଇଁ ଟଙ୍କା ଦେଉଛନ୍ତି। କିନ୍ତୁ ଏଠାରେ  ସରକାର ତାହାଙ୍କୁ ଖର୍ଚ୍ଚ କରିପାରୁ ନାହାନ୍ତି। ଏଣୁ ଗାଁ ଗାଁରେ ଭଲ ସଡ଼କ ଦେଖିବାକୁ ମିଳୁ ନାହିଁ।

10:46 AM

Odisha News Live Updates: ବ୍ରହ୍ମପୁରରେ ମୋଦୀ
ଶାସକ ବିଜୁ ଜନତାଦଳ ଉପରେ ବର୍ଷିଲେ ମୋଦୀ। ଆୟୁଷ୍ମାନ ଭାରତ ଯୋଜନାକୁ ଲାଗୁ କରି ନାହାନ୍ତି। ଏଥିପାଇଁ ଦୋଷୀ କିଏ? ଏହାର ବିଜେଡି ସରକାର। ଏବେ ମୋଦୀ ଆଉ ଏକ ଗ୍ୟାରେଣ୍ଟି ଦେଇଛି। ୧୦ ଜୁନ୍‍କୁ ଭୁବନେଶ୍ୱରରେ ଯେମିତି ବିଜେପିର ମୁଖ୍ୟମନ୍ତ୍ରୀ ଶପଥ ନେବେ ସହିଦିନ ଆପଣ ସମସ୍ତଙ୍କ ଭିତରେ ଯେଉଁମାନେ ଗରିବ ପରିବାର ଲୋକ ରହିଛନ୍ତି ସେମାନଙ୍କ ପାଇଁ ୫ ଲକ୍ଷ ଟଙ୍କାର ମାଗଣା ଚିକିତ୍ସା ଆରମ୍ଭ ହେବ। ୭୦ ବର୍ଷ ଉପରେ ଯେଉଁମାନେ ରହିଛନ୍ତି ତାଙ୍କ ଚିକିତ୍ସା ସରକାର କରିବେ। ଏହାଦ୍ୱାରା ବୟସ୍କଙ୍କ ନୁହେଁ ପରିବାରର ଯୁବକମାନଙ୍କ ଫାଇଦା ହେବ। ବାପା ମା’ଙ୍କ ଚିନ୍ତା ମୋଦୀ ମୋଦୀ କରିବେ।

 

10:45 AM

Odisha News Live Updates: ବ୍ରହ୍ମପୁରରେ ମୋଦୀ
୧୦ ଜୁନରେ ମୁଖ୍ୟମନ୍ତ୍ରୀ ଶପଥ ନେବେ। ନିଜକୁ ଜଗନ୍ନାଥଙ୍କ ପୁଅ କହିଲେ ମୋଦୀ। 

10:44 AM

Odisha News Live Updates: ବ୍ରହ୍ମପୁରରେ ମୋଦୀ
ମାଗଣା ଚାଉଳ ପାଇଁ ପଇସା ପଠାଉଛି। କିନ୍ତୁ ବିଜେଡି ସରକାର ଏହି ଯୋଜନାରେ ନିଜର ଫଟୋ ଲଗାଇ ବାଣ୍ଟୁଛି। ମାଗଣା ଚାଉଳ ବ୍ୟାଗରେ ନିଜ ନାଁ ଲେଖୁଛି । ଏହି ବେଇମାନୀ ସେମାନଙ୍କୁ କରିବାକୁ ପଡ଼ୁଛି କାରଣ ସେମାନେ କିଛି କରନି ନାହାନ୍ତି। ଯଦି କରି ଥାନ୍ତେ ତେବେ ମୋଦୀ କାମରେ ନିଜ ଫଟୋ ପଲଗାଇଥାଆନ୍ତା କି ବୋଲି ପ୍ରଶ୍ନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ।

10:33 AM

Odisha News Live Updates: ଭବାନୀପାଟଣା ଗସ୍ତରେ ନବୀନ
ଆଜି ରାଜ୍ୟରେ ହାଇଭୋଲଟେଜ୍ ପ୍ରଚାର । ଗୋଟେପଟେ ପ୍ରଧାନମନ୍ତ୍ରୀ ମୋଦୀ ବ୍ରହ୍ମପୁର ଓ ନବରଙ୍ଗପୁରରେ ଜନସଭାକୁ ସମ୍ବୋଧନ କରିବାକୁ ଥିବାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଳାହାଣ୍ଡି ଜିଲ୍ଲାର ୭ଟି ନିର୍ବାଚନ ମଣ୍ଡଳୀ ଓ କଳାହାଣ୍ଡି ଲୋକସଭା ନିର୍ବାଚନ ମଣ୍ଡଳୀରେ ବିଜେଡି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ । ଖରିଆର ଓ ଭବାନୀପାଟଣାରେ ମୁଖ୍ୟମନ୍ତ୍ରୀ ଦୁଇଟି ଜନସଭାକୁ ସମ୍ବୋଧନ କରିବେ ।

10:33 AM

Odisha News Live Updates: ବ୍ରହ୍ମପୁରରେ ମୋଦୀ
ଦକ୍ଷିଣ ଓଡ଼ିଶାରେ ମୋଦୀଙ୍କ ପାୱାର ସୋ । ବ୍ରହ୍ମପୁର ଓ ନବରଙ୍ଗପୁରରେ ପ୍ରଚାର କରିବେ ପ୍ରଧାନମନ୍ତ୍ରୀ । ଏଥିପାଇଁ ରବିବାର ରାତିରେ ପ୍ରଧାନମନ୍ତ୍ରୀ ମୋଦୀ ଭୁବନେଶ୍ୱରରେ ପହଞ୍ଚିଥିଲେ । ବିମାନବନ୍ଦରରେ ପହଂଚିବା ପରେ ତାଙ୍କୁ ରାଜ୍ୟ ବିଜେପି ପକ୍ଷରୁ ଭବ୍ୟ ସ୍ୱାଗତ କରାଯାଇଥିଲା । ଓଡ଼ିଶାର ପାରମ୍ପରିକ ବାଦ୍ୟ ଓ ନୃତ୍ୟରେ ମୋଦୀଙ୍କୁ ସ୍ୱାଗତ କରାଯାଇଥିଲା । ମୋଦୀ ହାତରେ ପଦ୍ମ ଫୁଲ ଦେଖାଇ ଅଭିବାଦନ ଜଣାଇଥିଲେ । ଏହାପରେ ସ୍ୱତନ୍ତ୍ର କାରକେଡରେ ରାଜଭବନ ଯାଇଥିଲେ ପ୍ରଧାନମନ୍ତ୍ରୀ । ବିମାନବନ୍ଦରରୁ ରାଜଭବନ ପର୍ଯ୍ୟନ୍ତ ଦେଖିବାକୁ ହଜାର ହଜାର ଲୋକଙ୍କ ଭିଡ଼ ଜମିଥିଲା

10:18 AM

Odisha News Live Updates: ବ୍ରହ୍ମପୁରରେ ମୋଦୀ
ବ୍ରହ୍ମପୁରର ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ବ୍ରହ୍ମପୁର କନିଷି ସଭାରେ ପହଞ୍ଚିଛନ୍ତି ମୋଦୀ । ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ ପ୍ରଧାନମନ୍ତ୍ରୀ । ଏଥିପାଇଁ କନିଷିରେ ଦଳ ପକ୍ଷରୁ ବିଶାଳ ଜନସମାବେଶ ଆୟୋଜନ କରାଯାଇଛି । କନିଷି କାର୍ଯ୍ୟକ୍ରମ ଶେଷ ହେବା ପରେ ନବରଙ୍ଗପୁର ଚିକିଲିଗାଁ ପଡ଼ିଆରେ ମୋଦୀ ଜନସଭା କରିବାର କାର୍ଯ୍ୟକ୍ରମ ରହିଛି । ମୋଦୀଙ୍କ ଗସ୍ତକୁ ନେଇ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ମୋଦୀଙ୍କ ଗସ୍ତ ନେଇ ରାଜ୍ୟ ବିଜେପି ଶିବିର ଚଳଚଂଚଳ ହୋଇପଡ଼ିଛି ।

09:32 AM

Odisha News Live Updates: ସୋନପୁରରେ ଘରୋଇ ବସ୍ ଦୁର୍ଘଟଣାଗ୍ରସ୍ତ
ଭୁବନେଶ୍ୱରରୁ କଣ୍ଟାବାଞ୍ଜି ଯାଉଥିବା ପ୍ରଶାନ୍ତି ନାମକ ଯାତ୍ରୀବାହୀ ବସ ସୋନପୁର ବଲାଙ୍ଗୀର ରାସ୍ତା ଖମ୍ବେଶ୍ବରୀପାଲି ନିକଟରେ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ଦୁଇ ଜଣ ଯାତ୍ରୀ ସାମାନ୍ୟ ଆହତ ହୋଇଥିବାବେଳେ ଅଳ୍ପକେ ବର୍ତ୍ତିଛନ୍ତି ୪୦ ଯାତ୍ରୀ।  ଭୁବନେଶ୍ୱରରୁ ଗତ ରାତିରେ କଣ୍ଟାବାଞ୍ଜିକୁ ଆସୁଥିବା ସମୟରେ ଭୋରରେ ଖମ୍ବେଶ୍ବରୀପାଲି ନିକଟରେ ଥିବା ଏକ ପୋଲର ବାଡାରେ ବାଡେଇ ହୋଇ ରାସ୍ତା ତଳକୁ ଖସି ପଡ଼ି ବସଟି ଓଲଟି ପଡ଼ିଥିଲା। ଫଳରେ ବସ୍ ର କ୍ଷତି ହେବା ସହ ଦୁଇ ଯାତ୍ରୀ ଆହତ ହୋଇଥିବା ଜଣାପଡ଼ିଛି। ଯାତ୍ରୀମାନଙ୍କ ମଧ୍ୟରେ ପାଟଣାଗଡ଼ ଅଞ୍ଚଳର ବହୁ ଲୋକ ଥିବା ଜଣାଯାଇଛି।

09:18 AM

Odisha News Live Updates: ଆମେଥିରେ କଂଗ୍ରେସ କାର୍ଯ୍ୟାଳୟ ଉପରେ ଆକ୍ରମଣ
ରବିବାର ମଧ୍ୟରାତ୍ରିରେ ଉତ୍ତରପ୍ରଦେଶର ଆମେଥିରେ ଥିବା କଂଗ୍ରେସ କାର୍ଯ୍ୟାଳୟ ଉପରେ ଆକ୍ରମଣ କରାଯାଇଛି। ଅଜ୍ଞାତ ଗଣ୍ଡଗୋଳକାରୀ ବାହାରେ ପାର୍କିଂ ହୋଇଥିବା ୧୨ଟିରୁ ଅଧିକ ଯାନକୁ ଭଙ୍ଗାରୁଜା କରି ବିଶୃଙ୍ଖଳା ସୃଷ୍ଟି କରିଥିଲେ ଏବଂ କିଛି ସମୟ ପରେ ଘଟଣାସ୍ଥଳରୁ ପଳାଇ ଯାଇଥିଲେ। ପୁଲିସ ଘଟଣାସ୍ଥଳରେ ପହଂଚିବା ପରେ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଅଭିଯୋଗ ଆଧାରରେ ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି।

 

08:49 AM

Odisha News Live Updates: କମ୍ପାନୀର ଗାଡ଼ି ଧକ୍କାରେ ଚାଲିଗଲା କାର୍ଯ୍ୟରତ ଶ୍ରମିକଙ୍କ ଜୀବନ
କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକର ଜମ୍ବୁ -ମାର୍ଶାଘାଇ କେନାଲ ରାସ୍ତାର ସମ୍ପ୍ରସାରଣ କାର୍ଯ୍ୟରେ ନିୟୋଜିତ ଥିବା ଏଆରଏସଏସ କମ୍ପାନୀର ଗାଡ଼ି ଧକ୍କାରେ ସେହି କମ୍ପାନୀରେ କାର୍ଯ୍ୟରତ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଏହାର ପ୍ରତିବାଦରେ ଜମ୍ବୁ -ମାର୍ଶାଘାଇ କେନାଲ ରୋଡର ବାୟାବାବା କଲେଜ ଛକ ଠାରେ ଟାୟାର ଜାଳି ସ୍ଥାନୀୟ ଲୋକେ ରାସ୍ତାରୋକ କରିଛନ୍ତି। ମୃତକ ହେଲେ ସ୍ଥାନୀୟ ବାରଡାଙ୍ଗ ପଞ୍ଚାୟତ ନନ୍ତାର ଗ୍ରାମର ଅଞ୍ଜନ ମଳିକ(୩୯)। ଗତକାଲି ବିଳମ୍ବିତ ରାତି ପ୍ରାୟ ୩ଟା ସମୟରେ ଅଞ୍ଜନ ସେହି ରାସ୍ତା କାର୍ଯ୍ୟରେ ନିୟୋଜିତ ଥିବା ବେଳେ କମ୍ପାନୀର ଗାଡ଼ି ଚଢ଼ାଇ ଦେଇଥିବା ଜଣାପଡ଼ିଛି।

08:35 AM

Odisha News Live updates: ଝାଡ଼ଖଣ୍ଡ ମନ୍ତ୍ରୀଙ୍କ ସଚିବଙ୍କ ଘରେ ଇଡି ଚଢ଼ାଉ: ବିପୁଳ ପରିମାଣର ଅର୍ଥ ଜବତ
ସୋମବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଝାରଖଣ୍ଡ ମନ୍ତ୍ରୀ ଆଲାମଗିରି ଆଲାନଙ୍କ ବ୍ୟକ୍ତିଗତ ସଚିବ ସଞ୍ଜୀବ ଲାଲଙ୍କ ଘର ସମେତ ରାଞ୍ଚିର ଏକାଧିକ ସ୍ଥାନରେ ଚଢ଼ାଉ କରିଛି। ଚଢ଼ାଉ ସମୟରେ ସଞ୍ଜୀବ ଲାଲଙ୍କ ଗୃହ ସହାୟକଙ୍କ ଘରୁ ବିପୁଳ ପରିମାଣର ଅର୍ଥ (ପାଖାପାଖି ୨୦ରୁ ୩୦ କୋଟି) ଜବତ ହୋଇଛି। ଅହୁରି ଅନେକ ଟଙ୍କା ଗଣନା ହୋଇନଥିବା ବେଳେ ଗଣନା ଜାରି ରଖିବା ପାଇଁ କ୍ୟାସ ମେସିନ୍ ନିୟୋଜିତ କରାଯାଇଛି। ସଞ୍ଜୀବ ଲାଲଙ୍କ ଗୃହ ସହାୟକଙ୍କ ଘରେ ପାହାଡ଼ ପରି ଟଙ୍କା ଗଦା ହୋଇଥିବା ଭାଇରାଲ୍‌ ହୋଇଥିବା ଏକ ଭିଡିଓରେ ଦେଖିବାକୁ ମିଳିଛି।

08:22 AM

Odisha News Live Updates: ରୁପାରେ ଝଲସିବ ଶ୍ରୀମନ୍ଦିରର ତିନି ଦ୍ୱାର

ପୁରୀ ଶ୍ରୀମନ୍ଦିରର ଆହୁରି ତିନି ଦ୍ୱାର ରୁପାରେ ଝଲସିବ ।ଶ୍ରୀମନ୍ଦିରର ଦକ୍ଷିଣ,ପଶ୍ଚିମ ଓ ଉତ୍ତର ଦ୍ୱାରକୁ ରୁପା ଛାଉଣୀ କରାଯିବା ନେଇ ଥିବା ପ୍ରସ୍ତାବ ଉପରେ ହେବ ଆଲୋଚନା।ଆସନ୍ତା ୮ ତାରିଖ ଅପରାହ୍ନ ୫ ଟାରେ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଏ ନେଇ ବସିବ ବୈଠକ।ତେବେ ପୂର୍ବରୁ ଶ୍ରୀମନ୍ଦିର ରେ ସିଂହଦ୍ୱାର ସମେତ ଦଶ ଗୋଟି ଦ୍ୱାରରେ ରୁପା ଛାଉଣୀ କାର୍ଯ୍ୟ ସରିଛି।ସିଂହଦ୍ୱାର କୁ ଛାଡି ବାକି ରହିଥିବା ଶ୍ରୀମନ୍ଦିରର ଅନ୍ୟ ତିନି ଦ୍ୱାର ହସ୍ତୀ, ବ୍ୟାଘ୍ର ଓ ଅଶ୍ୱ ଦ୍ୱାର କବାଟ କୁ ସ୍ୱତନ୍ତ୍ର ବର୍ମାଟିକ କାଠରେ ନୂଆକରି ନିର୍ମାଣ କରାଯିବା ପରେ ଏଥିରେ ରୁପା ଛାଉଣୀ କରାଯିବ।ରୂପା ଛାଉଣୀ ନେଇ ଆବଶ୍ୟକୀୟ ରୂପା ଓ ଅନ୍ୟାନ୍ୟ ଖର୍ଚ୍ଚ ଦାତା ପ୍ରଦାନ କରିବେ ବୋଲି ଜଣାପଡିଛି।ତେବେ ଆଗାମୀ ୮ତାରିଖରେ ବୈଠକରେ କବାଟ ଗୁଡିକର ନିର୍ମାଣ ଓ ଏଥିରେ ରୁପା ଛାଉଣୀ କିପରି କେଉଁ ସମୟରେ କରାଯିବ ତାହା ଉପରେ ଆଲୋଚନା କରାଯାଇ ଚୂଡାନ୍ତ ନିଷ୍ପତି ନିଆଯିବ।

07:54 AM

Odisha News Live Updates: ସପ୍ତାହ ଆରମ୍ଭରୁ ଆସିଲା ଖୁସି ଖବର, ଏତିକି ଟଙ୍କା ଶସ୍ତା ହେଲା ତୈଳଦର
ଆଜି ସାରା ଦେଶରେ ପେଟ୍ରୋଲ ଏବଂ ଡିଜେଲର ନୂତନ ମୂଲ୍ୟ ପ୍ରକାଶ ପାଇଛି। ଜାତୀୟ ସ୍ତରରେ ଇନ୍ଧନ ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ। ଅଶୋଧିତ ତୈଳର ଆନ୍ତର୍ଜାତୀୟ ମୂଲ୍ୟ ଅନୁଯାୟୀ ଭାରତରେ ଇନ୍ଧନ ମୂଲ୍ୟ ସ୍ଥିର ହୋଇଛି। ଦେଶର କିଛି ସ୍ଥାନରେ ତୈଳ ଦର ସ୍ଥିର ରହିଥିବା ବେଳେ ଅନ୍ୟ କିଛି ସ୍ଥାନରେ ତୈଳଦରରେ ପରିବର୍ତ୍ତନ ହୋଇଛି। ଭୁବନେଶ୍ୱର ପେଟ୍ରୋଲ ଦରରେ ପରିବର୍ତ୍ତନ ହୋଇଥିବା ଦେଖିବାକୁ ମିଳିଛି। ସେହିପରି ଦେଶ ଅନ୍ୟ କିଛି ସ୍ଥାନରେ ଦର ଖସି ଥିବା ବେଳେ ଆଉ କିଛି ସ୍ଥାନରେ ଦର ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି। ଆସନ୍ତୁ ଜାଣିବା କେଉଁ ସହରର କେତେ ରହିଛି ଡିଜେଲ-ପେଟ୍ରୋଲ୍ ମୂଲ୍ୟ ? ପଢନ୍ତୁ ପୂରା ରିପୋର୍ଟ...

07:43 AM

Odisha News LIve Updats: ଏହି ସବୁ ରାଶିଙ୍କ ପାଇଁ ଅତ୍ୟନ୍ତ ଶୁଭଦାୟକ ହେବ ଆଜିର ଦିନ, ଜାଣନ୍ତୁ କେମିତି କଟିବ ସୋମବାର
ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ଅଧିପତି ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆଜି ଅର୍ଥାତ ମେ ୬ ହେଉଛି ସୋମବାର । ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତାର ସହ ଚଳିବାକୁ ପଡ଼ିବ। ପଢନ୍ତୁ ପୂରା ରିପୋର୍ଟ...

07:42 AM

Odisha News Liv Updates: ଓଡ଼ିଶା ଗସ୍ତରେ ପ୍ରଧାନମନ୍ତ୍ରୀ
ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶାରେ ଦୁଇଟି ନିର୍ବାଚନୀ ରାଲିରେ ଯୋଗଦେବେ। ବ୍ରହ୍ମପୁର ଓ ନବରଙ୍ଗପୁରରେ ଦୁଇଟି ସ୍ଥାନରେ ନିର୍ବାଚନୀ ସଭାବେ ଉଦବୋଧନ ଦେବେ। ସୋମବାର ପୂର୍ବାହ୍ନ ୧୦ଟାରେ ବ୍ରହ୍ମପୁର ନିକଟସ୍ଥ କନିଷି ଛକରେ ଏକ ନିର୍ବାଚନୀ ସଭାରେ ଉଦବୋଧନ ଦେବେ। ସେହିପରି ଦିନ ପ୍ରାୟ ସାଢେ ୧୨ଟା ବେଳେ ନବରଙ୍ଗପୁରସ୍ଥିତ ଚିକିଲି ଛକରେ ଆୟୋଜିତ ବିଜୟ ସଂକଳ୍ପ ସମାବେଶକୁ ସମ୍ବୋଧନ କରିବେ। ସେହିପରି ବିଜେପିର ବରିଷ୍ଠ ନେତାଙ୍କ ସହିତ ଆଲୋଚନା କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି। ପଢନ୍ତୁ ପୂରା ରିପୋର୍ଟ...

07:41 AM

Odisha Daily News Live: ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ୍ ପାଇଁ ଜୀ ଓଡ଼ିଶା ନ୍ୟୁଜର ହ୍ୱାଟସଆପ ଚ୍ୟାନେଲ ସବସ୍କ୍ରାଇବ କରନ୍ତୁ।