Top 10 News Headlines: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର
Advertisement
Article Detail0/zeeodisha/odisha2236171

Top 10 News Headlines: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

ଚୁଟକୀରେ ପଢି ନିଅନ୍ତୁ ବର୍ତ୍ତମାନର ୧୦ ବଡ଼ ଖବର

Top 10 News Headlines: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର
H1. ଓଡ଼ିଶା ଗସ୍ତରେ ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବେ ଓଡ଼ିଶାରେ ଅଛନ୍ତି। ଗତକାଲି ବିଳମ୍ବିତ ସନ୍ଧ୍ୟାରେ ସେ ଭୁବନେଶ୍ୱର ପହଞ୍ଚିବା ପରେ ରାଜଭବନରେ ତାଙ୍କର ଆତିଥ୍ୟତା ଗ୍ରହଣ କରାଯାଇଛି। ବିମାନବନ୍ଦରରେ ବିପୁଳ ସମ୍ବର୍ଦ୍ଧନା ସହ ଓଡ଼ିଶାର ପାରମ୍ପରିକ ବାଦ୍ୟ  ଓ ନୃତ୍ୟରେ ତାଙ୍କୁ ସ୍ୱାଗତ କରାଯାଇଥିଲା। ରାସ୍ତାର ଦୁଇ ପାର୍ଶ୍ୱରେ ସମର୍ଥକ ଓ ଶୁଭେଚ୍ଛୁଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ମୋଦୀ ମଧ୍ୟ ଏହି ସୁଯୋଗକୁ ହାତଛଡ଼ା ନକରି ହାତରେ ଏକ ଏଲ୍‍ଇଡି ପଦ୍ମ ଧରି କାର୍‍ ଭିତରୁ ଉପସ୍ଥିତ ଜନତାଙ୍କୁ ପ୍ରଦର୍ଶନ କରିଥିଲେ। 
 
H2. ଦକ୍ଷିଣ ଓଡ଼ିଶା ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ
ଆଜି ଶ୍ରୀ ମୋଦୀ  ନିର୍ବାଚନ ଆସନ୍ନ ଥିବା ଦକ୍ଷିଣ ଓଡ଼ିଶାର ଦୁଇ ଜିଲ୍ଲା ଗସ୍ତ କରିବେ।  ଭୁବନେଶ୍ୱରରେ ବରିଷ୍ଠ ନେତାଙ୍କ ସହ ଆଲୋଚନା ପରେ ଶ୍ରୀ ମେଦୀ ବ୍ରହ୍ମୁପୁର ଏବଂ ନବରଙ୍ଗପୁରର ଦୁଇଟି ନିର୍ବାଚନ ସଭାକୁ ସେ ଉଦବୋଧନ ଦେବା କାର୍ଯ୍ୟକ୍ରମ ରହିଛି। ସକାଳ ୧୦ଟାରେ ବ୍ରହ୍ମପୁରନିକଟସ୍ଥ କନିଷି ଛକ ଏବଂ ମଧ୍ୟାହ୍ନ ବ୧୨ଟା ୩୦ ମିନିଟରେ ନବରଙ୍ଗପୁରର ଚିକିଲିଛକଠାରେ ସଂକଳ୍ପ ସମାବେଶକୁ ସମ୍ବୋଧନ କରିବେ।  ନିର୍ବାଚନ ସମୟରେ ଏହା ହେଉଛି ମୋଦୀଙ୍କ ପ୍ରଥମ ଗସ୍ତ। ପୂର୍ବରୁ କେନ୍ଦ୍ରରେ ସହଯୋଗୀ ଥିବା ବିଜେଡି ସହ  ମେଣ୍ଟ ସମ୍ଭାବନାକୁ ବର୍ଜନ କରି ବିଜେପି ଓ ବିଜେଡି ଅଲଗା ଅଲଗା ଏହି ନିର୍ବାଚନ ଲଢ଼ୁଛନ୍ତି। ବିଶେଷ କରି ଓଡ଼ିଆ ଅସ୍ମିତାକୁ ପ୍ରସଙ୍ଗ କରିଛି ବିଜେପି। ଜଣେ ଅଣ ଓଡ଼ିଆଙ୍କୁ ଓଡ଼ିଶା ରାଜନୀତିରେ ଶାସକ ଦଳର ଉତ୍ତରାଧିକାରୀ କରିବା ଲାଗି ପଛଦ୍ୱାର ଉନ୍ମୁକ୍ତ କରିଥିବା ନେଇ ବିଜେପି ଅଭିଯୋଗ ଆଣିଛି। ଘନଘନ କେନ୍ଦ୍ରୀୟ ନେତାଙ୍କ ଓଡ଼ିଶା ଗସ୍ତ ଏବଂ ପାଣ୍ଡିଆନ୍‍ଙ୍କ ରାଜନୀତିକ ଆକ୍ରମଣ କେଉଁ ରୂପ ନେବ ତାହା ଆଜିର ମୋଦୀଙ୍କ ଭାଷଣରୁ ଅଧିକ ସ୍ପଷ୍ଟ ହେବ ବୋଲି ଆଶା ରହିଛି। 
 
 
H3. କଳାହାଣ୍ଡି ଗସ୍ତ କରିବେ ମୁଖ୍ୟମନ୍ତ୍ରୀ
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କଳାହାଣ୍ଡି ଓ ନୂଆପଡ଼ା ଗସ୍ତ କରିବେ। ଏଠାରେ ୨ଟି ନିର୍ବାଚନ ସଭାରେ ଯୋଗ ଦେବେ। ତାଙ୍କ ସଙ୍ଗା ବିଜେଡି ପ୍ରଚାରକ ଭିକେ ପାଣ୍ଡିଆନ୍‍ ବି ଯୋଗ ଦେବେ। କଳାହାଣ୍ଡିଂ ଭବାନୀପାଟଣାସ୍ଥିତ ଶ୍ରୀକୃଷ୍ଣ ନଗର ପଡ଼ିଆ ଏବଂ ନୂଆପଡ଼ାର ଖଡ଼ିଆଳରେ ମଧ୍ୟ ସ୍ୱତନ୍ତ୍ର ନିର୍ବାଚନୀ ସଭା  ଆୟୋଜନ କରାଯାଇଛି। ଏହି ଦୁଇ ସଭାରେ କଳାହାଣ୍ଡି ସଂସଦୀୟ ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀମାନେ ଉପସ୍ତିତ ରହିବେ। ସକାଳ ୧୧ଟା ୫ ମିନିଟ ସମୟରେ ତାଙ୍କର ପ୍ରଚାର ଆରମ୍ଭ ହେବ। 
 
H4. ଆଜି ବାହାରିବ ପରୀକ୍ଷା ଫଳ
ଆଜି ଆଇସିଏସ୍‍ଇ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇବ। ଦିନ ୧୧ଟାରେ ସିଆଇଏସ୍‍ଇ ଓ୍ୱେବସାଇରେ ପରୀକ୍ଷାଫଳ ଉପଲବ୍ଧ ହେବ। ପରୀକ୍ଷା ଖାତାର ପୁନଃ ମୂଲ୍ୟାୟନ ଚାହୁଁଥିବା ଛାତ୍ରଛାତ୍ରୀଙ୍କ ପାଇଁ ୧୦ ତାରିଖ ଯାଏ ଆବେଦନର ସୁଯୋଗ ରହିବ। ୪ ସପ୍ତାହ ଭିତରେ ଏହି ଆବେଦନର ଜବାବ ଦେବେ କର୍ତ୍ତୃପକ୍ଷ। ଏଥିଲାଗି ଛାତ୍ରଛାତ୍ରୀଙ୍କ ଗୋଟିଏ ଖାତା ପିଚ୍ଛା ୧ ହଜାର ଟଙ୍କା ଦେୟ ଜମା କରିବାକୁ ହେବ। 
 
H5. ବିଜେପି ଇସ୍ତାହାରକୁ କଟାକ୍ଷ କରିଛନ୍ତି ଭିକେ ପାଣ୍ଡିଆନ
ରାଜ୍ୟ ବିଜେପିର ନିର୍ବାଚନ ଇସ୍ତାହାରକୁ କଟାକ୍ଷ କରିଛନ୍ତି ବିଜେଡିର ଦ୍ୱିତୀୟ ଷ୍ଟାର କ୍ୟାମ୍ବେନର ଭିକେ ପାଣ୍ଡିଆନ୍‍। ଓଡ଼ିଶାବାସୀଙ୍କୁ ଭୂଆଁ ବୁଲାଇବା ତଥା ଠକିବା ଲାଗି ଏହି ଇସ୍ତାହାର ଉଦ୍ଦିଷ୍ଟ ବୋଲି ସେ କହିଛନ୍ତି। ଧାନର ସହାୟକ ମୂଲ୍ୟ ୩୧୦୦କୁ ବୃଦ୍ଧି କରିବା ପ୍ରସଙ୍ଗରେ ଶ୍ରୀ ପାଣ୍ଡିଆନ ପ୍ରଶ୍ନ କରିଛନ୍ତି ଯେ, ୧୦ ବର୍ଷ ହେଲା କ୍ଷମତାରେ ରହିବା ପରେ କାହିଁକି ତାହା କରିଲେ ନାହିଁ? ଭତ୍ତାକୁ ୩ହଜାର ଟଙ୍କାକୁ ବୃଦ୍ଧି ପ୍ରସଙ୍ଗରେ ବି ବିଜେପିକୁ ଘେରିଛନ୍ତି ପାଣ୍ଡିଆନ। ଛଅମାସ ପୂର୍ବରୁ ଭତ୍ତା ବଢ଼ାଇଥିଲେ କି ଅସୁବିଧା ହୋଇଥାଆନ୍ତା ବୋଲି କହିଛନ୍ତି ଶ୍ରୀ ପାଣ୍ଡିଆନ। 
 
H6. ୫ ଆସନରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ
ରାଜ୍ୟରେ କଂଗ୍ରେସ ୫ ବିଧାନସଭା ଆସସନ ଲାଗି ପ୍ରାର୍ଥୀ ବଦଳାଇଛି। ପୁରୀ, ବରୀ, ଜଳେଶ୍ୱର, ଆଠମଲ୍ଲିକ ଏବଂ ଆଠଗଡ଼ରେ ପ୍ରାର୍ଥୀ ବଦଳାଯାଇଛି। ଜଳେଶ୍ୱରରେ ସୁଦର୍ଶନ ଦାସ, ଆଠମଲ୍ଲିରେ ହିମାଂଶୁ ଚାଉଳିଆ, ବରୀରେ ଦେବାଶୀଷ ନାୟକ, ପୁରୀରେ ଉମା ବଲ୍ଲଭ ରଥ ଏବଂ ଆଠଗଡ଼ରେ ସୁଦର୍ଶନ ସାହୁ ପ୍ରାର୍ଥୀ ହୋଇଛନ୍ତି। 
 
H7. ପ୍ରାର୍ଥୀ ପରିବର୍ତ୍ତନକୁ ନେଇ ତୁମୁଳକାଣ୍ଡ
ପୁରୀରେ ପ୍ରାର୍ଥୀ ବଦଳକୁ ନେଇ ତୁମୁଳକାଣ୍ଡ ହୋଇଛି। ଜିଲ୍ଲା କଂଗ୍ରେସ ଭବନରେ ଭଙ୍ଗାରୁଜା ସାଙ୍ଗକୁ ନୂଆପ୍ରାର୍ଥୀ ଉମା ବଲ୍ଲଭ ରଥଙ୍କ ଉପରେ ଆକ୍ରମଣ ହୋଇଛି। ତାଘଙ୍କ ମୁଣ୍ଡରେ ଆଘାତ ଲାଗିଥିବା ଜଣାପଡ଼ିଛି। ସେହିପରି ବିଜେପିର ପ୍ରାର୍ଥୀ ଆକାଶ ଦାସ ନାୟକଙ୍କୁ ବିରୋଧ କରି କୋରେଇ ନିର୍ବାଚନ ମଣ୍ଡଳୀର ନେତା ତଥା ୨୦୧୯ରେ ପ୍ରାର୍ଥୀ ହୋଇଥିବା ବିଶ୍ୱଜିତ ନାୟକ ବିଜେପିରୁ ଇସ୍ତଫା ଦେଇଛନ୍ତି। 
 
H8. ଆସନ୍ତା ୫ ବର୍ଷରେ ଏକ ନିର୍ବାଚନ
ଆସନ୍ତା ୫ ବର୍ଷରେ ଏକ ଦେଶ ଏକ ନିର୍ବାଚନ ଆରମ୍ଭ ହେବ। ବିଜେପି ପୁଣିଥରେ କେନ୍ଦ୍ରରେ ୪ମତାକୁ ଆସିଲେ ଏହି ନିୟମ ଲାଗୁ ହେବ ବୋଲି କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। ଆନ୍ଧ୍ରପ୍ରଦେଶରେ ଏକ ନିର୍ବାଚନୀ ସଭାକୁ ଉଦ୍‍ବୋଧନ ଦେବା ଅବସରରେ ସେ ଏହା କହିଛନ୍ତି।
 
H9. ଆଜି ପଇତାଲାଗି ନୀତି
ଆଜି ଶ୍ରୀମନ୍ଦିରରେ ଶ୍ରୀ ଜିଉଙ୍କ ପଇତା ଲାଗି ନୀତି ଅନୁଷ୍ଠିତ ହେବ। ଏହା ଏକ ଗୁପ୍ତ ନୀତି ହୋଇଥିବାରୁ ସର୍ବସାଧାରଣ ଦର୍ଶନ ଏହି ସମୟରେ ବନ୍ଦ ରହିବ। ଦ୍ୱିତୀୟ ଭୋଗମଣ୍ଡପ ପରେ ଏହି ନୀତି ଅନୁଷ୍ଠିତ ହେବ। ଅର୍ଥାତ୍‍ ପ୍ରାୟ ସନ୍ଧ୍ରା ୬ଟାରୁ ରାତି ୧୦ଟା ଯାଏ ଦର୍ଶନ ବନ୍ଦ ରହିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। 
 
H10. ପାଣିପାଗରେ ପରିବର୍ତ୍ତନ ଆଶା
ଆଜିଠାରୁ ପାଣିପାଗରେ ପରିବର୍ତ୍ତନ ଆଶା ରହିଛି। ତାପମାତ୍ରା କମିବା ସହ ଗ୍ରୀଷ୍ମ ପ୍ରବାହ କିଛିଦିନ ଯାଏ ରହିବ ନାହିଁ। ଏହାସହ ସନ୍ଧ୍ୟାବେଳେ କାଳ ବୈଶାଖୀର ସମ୍ଭାବନା ରହିଛି। ବିଶେଷକରି ଉତ୍ତର ଓଡ଼ିଶାର ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଗଞ୍ଜାମ, କନ୍ଧମାଳରେ ଆଜି କାଳ ବୈଶାଖର ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା କାଲି ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, କଟକ, ଯାଜପୁର, ଢେଙ୍କାନାଳ, କେନ୍ଦୁଝର, ମୟୁରଭଞ୍ଜ, କଳାହାଣ୍ଡି ଓ କନ୍ଧମାଳରେ ପବନ ବର୍ଷା ହେବାର ଆଶଙ୍କା ରହିଛି।