BJP Sankalp Patra: ବିଜେପିର ସଂକଳ୍ପ ପତ୍ର ଜାରି, ଜାଣନ୍ତୁ ଫୋକସରେ କାହାକୁ ରଖିଛନ୍ତି ମୋଦି?
Advertisement
Article Detail0/zeeodisha/odisha2203561

BJP Sankalp Patra: ବିଜେପିର ସଂକଳ୍ପ ପତ୍ର ଜାରି, ଜାଣନ୍ତୁ ଫୋକସରେ କାହାକୁ ରଖିଛନ୍ତି ମୋଦି?

BJP Sankalp Patra: ଲୋକସଭା ନିର୍ବାଚନ ପାଇଁ ରବିବାର ଜାରି ହୋଇଛି ବିଜେପିର ସଂକଳ୍ପ ପତ୍ର । ଦିଲ୍ଲୀ ମୁଖ୍ୟାଳୟରେ ପ୍ରଧାନମନ୍ତ୍ରୀ ମୋଦି, ନିର୍ବାଚନୀ ଇସ୍ତାହାର କମିଟିର ମୁଖ୍ୟ ରାଜନାଥ ସିଂହ, ବିଜେପି ରାଷ୍ଟ୍ରୀୟ ଅଧ୍ଯକ୍ଷ ଜେପି ନଡ୍ଡା, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଉପସ୍ଥିତିରେ ଏହି ସଙ୍କଳ୍ପ ପତ୍ର ଜାରି କରାଯାଇଛି । 

BJP Sankalp Patra: ବିଜେପିର ସଂକଳ୍ପ ପତ୍ର ଜାରି, ଜାଣନ୍ତୁ ଫୋକସରେ କାହାକୁ ରଖିଛନ୍ତି ମୋଦି?

BJP Sankalp Patra: ବିଜେପି ମୁଖ୍ୟାଳୟରେ ‘ସଂକଳ୍ପ ପତ୍ର’ (Sankalp Patra) ନାଁରେ ଦଳର ଇସ୍ତାହାର ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ୨୦୨୪ ମସିହା ନିର୍ବାଚନ ନିମନ୍ତେ ବିଜେପିର ସଙ୍କଳ୍ପ ପତ୍ରରେ ଫୋକସରେ ରହିଛି GYAN। ଏହା ମଧ୍ୟରେ G 'Gareeb' (poor), ଗରୀବ, Y Yuva' (youth), ଯୁବବର୍ଗ, A 'Annadaata' (farmers) ଅନ୍ନଦାତ ଓ 'Nari' (women) ନାରୀଙ୍କୁ ସୂଚାଉଛି।

ସୂଚନାଯୋଗ୍ୟ, ଲୋକସଭା ନିର୍ବାଚନ ପାଇଁ ରବିବାର ଜାରି ହୋଇଛି ବିଜେପିର ସଂକଳ୍ପ ପତ୍ର । ଦିଲ୍ଲୀ ମୁଖ୍ୟାଳୟରେ ପ୍ରଧାନମନ୍ତ୍ରୀ ମୋଦି, ନିର୍ବାଚନୀ ଇସ୍ତାହାର କମିଟିର ମୁଖ୍ୟ ରାଜନାଥ ସିଂହ, ବିଜେପି ରାଷ୍ଟ୍ରୀୟ ଅଧ୍ଯକ୍ଷ ଜେପି ନଡ୍ଡା, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଉପସ୍ଥିତିରେ ଏହି ସଙ୍କଳ୍ପ ପତ୍ର ଜାରି କରାଯାଇଛି । 'ମୋଦି କୀ ଗ୍ୟାରେଣ୍ଟି ୨୦୨୪' ନାଁରେ ବିଜେପି ପକ୍ଷରୁ ସଂକଳ୍ପ ପତ୍ର ଜାରି ହୋଇଥିବା ବେଳେ ଏଥର ଦେଶର ଯୁବଗୋଷ୍ଠୀ, ମହିଳା ବିଶେଷ କରି ଗରୀବଙ୍କ ପାଇଁ ପ୍ରଧାନମନ୍ତ୍ରୀ ଖାସ୍ ଘୋଷଣା କରିଛନ୍ତି । ଆସନ୍ତୁ ଜାଣିବା ଇସ୍ତାରରେ କ’ଣ ସବୁ ଘୋଷଣା କରିଛି ବିଜେପି?

  • ଆସନ୍ତା ୫ ବର୍ଷ ଯାଏଁ ମାଗଣା ରାସନ ଜାରି ରହିବ ।
  • ୭୦ ବର୍ଷରୁ ଉର୍ଦ୍ଧ୍ବ ବରିଷ୍ଠଙ୍କୁ ଆୟୁଷ୍ମାନ୍ ଯୋଜନାରେ ସାମିଲ କରାଯିବ । ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ସୁବିଧା ।
  • ଯୁବ ଗୋଷ୍ଠୀଙ୍କ ପାଇଁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯିବ ।
  • ଦେଶରେ ଜନ ଔଷଧି କେନ୍ଦ୍ରର ବିସ୍ତାର କରାଯିବ ।
  • ଆୟୁଷ୍ମାନ ଯୋଜନାରେ ଟ୍ରାନ୍ସଜେଣ୍ତରଙ୍କୁ ସାମିଲ କରାଯିବ ।
  • ଗରିବଙ୍କ ପାଇଁ ଆହୁରି ୩ କୋଟି ଆବାସ ଘର ନିର୍ମାଣ ହେବ ।
  • ପାଇପ ଲାଇନ ଯୋଗେ ପ୍ରତି ଘରକୁ ଶସ୍ତା ରନ୍ଧନ ଗ୍ୟାସ ଯୋଗାଇଦିଆଯିବ ।
  • ମୁଦ୍ରା ଯୋଜନାରେ ୨୦ ଲକ୍ଷ ପର୍ଯ୍ୟନ୍ତ ଋଣ ବୃଦ୍ଧି କରାଯିବ ।
  • ଦେଶର ଉତ୍ତର, ଦକ୍ଷିଣ ଓ ପୂର୍ବ ଭାଗରେ ବୁଲେଟ ଟ୍ରେନ୍ ଗଡ଼ିବ । ଏନେଇ ଖୁବଶୀଘ୍ର ସର୍ଭେ କାମ ଆରମ୍ଭ ହେବ ।
  • ଜିରୋ ବିଲ୍ ବିଜୁଳି ଯୋଗାଣ ବ୍ୟବସ୍ଥା କରାଯିବ । ବଳକା ବିଜୁଳିର ପଇସା ମଧ୍ୟ ମିଳିବ ।
  • ୨୦୩୬ ମସିହାରେ ଅଲମ୍ପିକ୍ ଆୟୋଜନ କରିବ ଦେଶ ।

ନିଜ ଅଭିଭାଷଣରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ‘ନୂଆ ଦେଶ ଫୁଲ୍‌ ରେସ୍‌ରେ ଦୌଡୁଛି। ଏହାକୁ ରୋକିବା ଅସମ୍ଭବ । ଚନ୍ଦ୍ରଯାନର ସଫଳତା ପରେ ଦେଶବାସୀ ଗଗନଯାନର ସଫଳତା ଦେଖିବେ । ଦେଶବାସୀଙ୍କ ସ୍ୱପ୍ନକୁ ବାସ୍ତବ ରୂପ ଦେବାକୁ ସଙ୍କଳ୍ପ ପତ୍ର ଆଣିଛୁ। ଏହି ସଙ୍କଳ୍ପ ପତ୍ରକୁ ଲାଗୁ କରିବାକୁ, ଦେଶକୁ ଆହୁରି ଆଗକୁ ନେବାକୁ ଆମକୁ ଦେଶବାସୀଙ୍କ ଆଶୀର୍ବାଦ ଲୋଡ଼ା’।