Odisha Politics: ଚର୍ଚ୍ଚାରେ ଧର୍ମେନ୍ଦ୍ର ଓ ପ୍ରଣବ, ବାହାର ନେତାଙ୍କୁ ପସନ୍ଦ କରିବେ କି ସମ୍ବଲପୁରିଆ?
Advertisement
Article Detail0/zeeodisha/odisha2059063

Odisha Politics: ଚର୍ଚ୍ଚାରେ ଧର୍ମେନ୍ଦ୍ର ଓ ପ୍ରଣବ, ବାହାର ନେତାଙ୍କୁ ପସନ୍ଦ କରିବେ କି ସମ୍ବଲପୁରିଆ?

Odisha Politics: ସମ୍ବଲପୁର ଲୋକସଭା ନିର୍ବାଚନ ମଣ୍ଡଳୀରେ ଯେଉଁସବୁ ବିଧାନସଭା ମଣ୍ଡଳୀ ଆସୁଛି ସେସବୁ ତିନୋଟି ଭିନ୍ନ ଭିନ୍ନ ଜିଲ୍ଲାକୁ ପ୍ରତିନିଧିତ୍ୱ କରୁଛନ୍ତି। ସମ୍ବଲପୁର ଜିଲ୍ଲାର ୪ ନିର୍ବାଚନ ମଣ୍ଡଳୀ କୁଚିଣ୍ଡା, ରେଙ୍ଗାଳି, ସମ୍ବଲପୁର ଓ ରେଢ଼ାଖୋଲ ଏହି ଲୋକସଭା ମଣ୍ଡଳିରେ ଥିବା ବେଳେ ଦେବଗଡ଼ ଜିଲ୍ଲାର ଗୋଟିଏ ବିଧାନସଭା ମଣ୍ଡଳି ଦେବଗଡ଼ ଏବଂ ଅନୁଗୁଳ ଜିଲ୍ଲାର ଆଠମଲ୍ଲିକ ଓ ଛେଣ୍ଡିପଦା ଏହି ନିର୍ବାଚନ ସଂସଦୀୟ ମଣ୍ଡଳୀ ଭିତରେ ଆସୁଛି। 

 

Odisha Politics: ଚର୍ଚ୍ଚାରେ ଧର୍ମେନ୍ଦ୍ର ଓ ପ୍ରଣବ, ବାହାର ନେତାଙ୍କୁ ପସନ୍ଦ କରିବେ କି ସମ୍ବଲପୁରିଆ?

ଭୁବନେଶ୍ୱର: ନିଜ ପାଇଁ ନିର୍ବାଚନ ମଣ୍ଡଳୀ ଖୋଜୁଥିବା ଦୁଇ ନେତାଙ୍କୁ ନେଇ ଏବେ ସମ୍ବଲପୁର ରାଜନୀତି  ପଡ଼ୁଛି ଉଠୁଛି। ଜଣେ ହେଲେ ମଧ୍ୟପ୍ରଦେଶରୁ ରାଜ୍ୟସଭା ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓରଫ ମୁକୁ ଭାଇ ଏବଂ ଅନ୍ୟ ଜଣକ ହେଉଛନ୍ତି ଯାଜପୁର ବିଧାୟକ ତଥା ବିଜେଡିର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓରଫ ବବି ଭାଇ। ସବୁଠାରୁ ବଡ଼ କଥା ହେଲା ଏ ଦୁଇ ନେତାଙ୍କ ଭିତରୁ କାହାର ବି ସମ୍ବଲପୁର ସହ ପ୍ରତ୍ୟକ୍ଷ ସମ୍ପର୍କ ନାହିଁ। ଏଣୁ ପ୍ରଶ୍ନ ଉଠୁଛି ‘କଟକିଆ’ କହି ନାକ ଟେକୁଥିବା ସମ୍ବଲପୁରିଆଙ୍କ ଲାଗି ପଶ୍ଚିମାଞ୍ଚଳ ବାହାର ନେତାଙ୍କୁ  ବାଛିବାର  ବିକଳ୍ପ ଦେବାଲାଗି ଦୁଇ ପ୍ରମୁଖ ଦଳ ସାହସ କରିବେ କରିବେ ତ? ଭୋଟର ପ୍ରାର୍ଥୀ, ପ୍ରସଙ୍ଗ ଭୁଲି ପାର୍ଟି ଓ ଚିହ୍ନରେ ସୀମିତ ରହିବେ ତ? ଏ ଦୁଇ ପ୍ରଶ୍ନର ଉତ୍ତର ଯଦିଓ ସ୍ପଷ୍ଟ ହୋଇନି ଅର୍ଥାତ୍‍ ଦୁଇ ଦଳ ପକ୍ଷରୁ ଯଦିଓ ପ୍ରାର୍ଥୀର ଘୋଷଣା କରାଯାଇ ନାହିଁ କିନ୍ତୁ ଉଭୟଙ୍କ ସମର୍ଥକ ସୋସିଆଲ ମିଡିଆଠୁ ଆରମ୍ଭ କରି ମୁଖ୍ୟସ୍ରୋତ ଗଣମାଧ୍ୟମରେ ଖୋରିକି ପ୍ରସଙ୍ଗକୁ ଅଧିକ ଚର୍ଚ୍ଚା କରାଉଛି।

ମୁକୁଭାଇଙ୍କ ଘର ତାଳଚେର ହୋଇଥିବା ବେଳେ ତାଙ୍କ ଶିକ୍ଷା, ରାଜନୀତିକ ଦୀକ୍ଷା ତାଳଚେର, ଦେବଗଡ଼ ଓ ଭୁବନେଶ୍ୱରରେ ହିଁ ସମ୍ପନ୍ନ ହୋଇଛି। ୨୦୦୪ ମସିହାରେ ସେ ଦେବଗଡ଼ ଲୋକସଭା ଆସନରୁ ସାଂସଦ ହୋଇଥିଲେ। ସେତେବେଳେ ଦେବଗଡ଼ ଆସନ ପାଲଲହଡ଼ା, ତାଳଚେର, ବ୍ରଜରାଜ ନଗର, ଝାରସୁଗୁଡ଼ା, ଲଇକେରା, କୁଚିଣ୍ଡା, ଦେବଗଡ଼କୁ ନେଇ ଗଠିତ ହୋଇଥିଲା। ସେତେବେଳେ ଧର୍ମେନ୍ଦ୍ରଙ୍କ ବାପା ଦେବେନ୍ଦ୍ର ପ୍ରଧାନ ଦେବଗଡ଼ରୁ ସାଂସଦ ହୋଇ କେନ୍ଦ୍ରରେ ମନ୍ତ୍ରିପଦ ପାଇଥିଲେ।  ଏହି ନିର୍ବାଚନ ମଣ୍ଡଳୀର ସମସ୍ତ ଅଞ୍ଚଳ ରାଜ୍ୟର କେନ୍ଦ୍ରୀୟ ଅଞ୍ଚଳ ଭାବେ ପରିଚିତ। ଅର୍ଥାତ୍‍ ଏହିସବୁ ଅଞ୍ଚଳର ଭାଷା, ସଂସ୍କୃତି ପଶ୍ଚିମାଞ୍ଚଳର ଭାଷା, ସଂସ୍କୃତି, ଚାଲିଚଳଣୀଠୁ ସମ୍ପୂର୍ଣ୍ଣ ଅଲଗା। 

ଅପରପକ୍ଷେ ଏବେ ଦେବଗଡ଼ ନିର୍ବାଚନ ମଣ୍ଡଳୀ ଆଉ ନାହିଁ। ଏହି ଅଞ୍ଚଳର ସଂସ୍କୃତି ଭାଷା, ଚାଲି ଚଳଣି ଅଲଗା ହୋଇଥିଲେ ମଧ୍ୟ ୨୦୦୮ ମସିହାରୁ ଏହା ସମ୍ବଲପୁର ନିର୍ବାଚନ ମଣ୍ଡଳୀରେ ଆସୁଛି। ୨୦୧୯ ଲୋକସଭା ନିର୍ବାଚନ ମଣ୍ଡଳୀରେ ଦେବଗଡ଼ର ରାଜପରିବାର ସଦସ୍ୟଙ୍କୁ କିନ୍ତୁ ପ୍ରଥମଥର ପାଇଁ ସମ୍ବଲପୁରିଆ ମାନେ ନିଜର ପ୍ରତିନିଧି ଭାବେ ଲୋକସଭାକୁ ପଠାଇଥିଲେ। ମାତ୍ର ୯୧୬୨ ଭୋଟରେ ସେ ବିଜେଡିର ପ୍ରାର୍ଥୀ ତଥା ପୂର୍ବତନ ମୁଖ୍ୟଯନ୍ତ୍ରୀ ଓ ଆଠମଲ୍ଲିକ ବାସିନ୍ଦା  ନଳିନୀ ପ୍ରଧାନଙ୍କୁ ପ୍ରାର୍ଥୀ କରିଥିଲେ। ସେ ମଧ୍ୟ ବାହାରିଆ ହୋଇଥିବାରୁ ଲୋକେ ରାଜ ଦାୟାଦଙ୍କୁ ଅନେକ ଦୁର୍ନୀତି ମାମଲାରେ ଲିପ୍ତ ଥିବାର ଅଭିଯୋଗ ବହନ କରୁଥିବା ଶ୍ରୀ ପ୍ରଧାନଙ୍କଠାରୁ ଯୋଗ୍ୟ ଭାବିଥିଲେ।  ଏବେ କିନ୍ତୁ ବିଜେପି ସାଂସଦ ନିତିଶ ଗଙ୍ଗଦେବଙ୍କ ଲୋକପ୍ରିୟତା ଖସିବାରୁ ଦଳ ଆଉ ଜଣେ ପ୍ରାର୍ଥୀ ଖୋଜୁଛି। ଅପରପକ୍ଷେ ଏହି ପୂର୍ବ ଅଧିକୃତ ନିର୍ବାଚନ ମଣ୍ଡଳୀରେ ନିଜ ଦଳର ସଂଗଠନ ଶକ୍ତିକୁ ଆଧାର କରି ସହଜରେ ନିର୍ବାଚନ ଜିତିବାକୁ ଚାହୁଁଥାଇପାରନ୍ତି ମୁକୁ ଭାଇ ଓରଫ ଧର୍ମେନ୍ଦ୍ର। 

ସମ୍ବଲପୁର ଲୋକସଭା ନିର୍ବାଚନ ମଣ୍ଡଳୀରେ ଯେଉଁସବୁ ବିଧାନସଭା ମଣ୍ଡଳୀ ଆସୁଛି ସେସବୁ ତିନୋଟି ଭିନ୍ନ ଭିନ୍ନ ଜିଲ୍ଲାକୁ ପ୍ରତିନିଧିତ୍ୱ କରୁଛନ୍ତି। ସମ୍ବଲପୁର ଜିଲ୍ଲାର ୪ ନିର୍ବାଚନ ମଣ୍ଡଳୀ କୁଚିଣ୍ଡା, ରେଙ୍ଗାଳି, ସମ୍ବଲପୁର ଓ ରେଢ଼ାଖୋଲ ଏହି ଲୋକସଭା ମଣ୍ଡଳିରେ ଥିବା ବେଳେ ଦେବଗଡ଼ ଜିଲ୍ଲାର ଗୋଟିଏ ବିଧାନସଭା ମଣ୍ଡଳି ଦେବଗଡ଼ ଏବଂ ଅନୁଗୁଳ ଜିଲ୍ଲାର ଆଠମଲ୍ଲିକ ଓ ଛେଣ୍ଡିପଦା ଏହି ନିର୍ବାଚନ ସଂସଦୀୟ ମଣ୍ଡଳୀ ଭିତରେ ଆସୁଛି। ୨୦୧୯ ନିର୍ବାଚନରେ ଏହି ୭ଟିଯାକ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ୪ଟିରେ ବିଜିତ ହୋଇଥିଲେ ବି ଲୋକସଭା ଆସନ ହାରିଥିଲା।  କୁଚିଣ୍ଡା, ସମ୍ବଲପୁର, ଦେବଗଡ଼ରେ ବିଜେପି ପ୍ରାର୍ଥୀ ବିଜୟ ହୋଇଥିଲେ। ସ୍ୱଳ୍ପ ସଂଖ୍ୟାରେ ସେମାନେ ନିର୍ବାଚନ ଜିତି ଅଣ ସମ୍ବଲପୁରିଆଙ୍କୁ ବିଜୟୀ ହେବାର ଇତିହାସ ରଚନା କରିଥିଲେ। ଏଥିଲାଗି ବିଜେଡି ମହଲରେ କନ୍ଦଳ, ଅସନ୍ତୋଷ, ଗୋଡ଼ଟଣା ପ୍ରଭୃତିକୁ ଦାୟୀ କରାଯାଇଥିଲା। ଏଥର ସେସବୁକୁ ଦୂର କରି ଖୋଦ୍‍ ସଂଗଠନ ସମ୍ପାଦକ ତଥା ମୁଖ୍ୟ ରଣନୀତିକାରଙ୍କ ଖାସ୍‍ ବ୍ୟକ୍ତି ଭାବେ ପରିଚିତ ପ୍ରଣବ ପ୍ରକାଶ ଦଳ ପାଇଁ ସମ୍ବଲପୁର ଅକ୍ତିଆର କରିବେ ଆଶା ପ୍ରକାଶ କରିଛନ୍ତି। 

ହେଲେ ଧର୍ମେନ୍ଦ୍ରଙ୍କ ଭଳି ପ୍ରଣବ ମଧ୍ୟ ସମ୍ବଲପୁରର ଭୋଟର ନୁହନ୍ତି। ବାପା ଅଶୋକ ଦାସଙ୍କ ଘର ସମ୍ବଲପୁରରେ ଥିଲା ବୋଲି କହି ବୁଲୁଥିବା ବବି ଭାଇଙ୍କର ଲାଳନ-ପାଳନ,  ଶିକ୍ଷା- ଦୀକ୍ଷା ସବୁକିଛି ଯାଜପୁର ଓ ଭୁବନେଶ୍ୱରରେ ହୋଇଛି।  ଯାଜପୁରର ବିଧାୟକ ଭାବେ ପ୍ରଣବ ଅନେକ ରାଜନୀତିକ ନିବେଶ କରିଛନ୍ତି। ସମ୍ବଲପୁର ତାଙ୍କ ପାଇଁ ସମ୍ପୂର୍ଣ୍ଣ ନୂଆ ହୋଇ ରହିବ। ଏହିକ୍ରମରେ ଯଦି ସେ ଦଳର ପ୍ରାର୍ଥୀ ହୁଅନ୍ତି ତେବେ ଧର୍ମେନ୍ଦ୍ରଙ୍କ ଭଳି ସେ ପାର୍ଟିର ସଂଗଠନ ତଥା ଶକ୍ତି ଉପରେ ନିର୍ଭର କରିବେ।  
ଅର୍ଥାତ୍‍ ସମ୍ବଲପୁର ସଂସଦୀୟ ନିର୍ବାଚନ ମଣ୍ଡଳୀରେ ମାଟି, ଭାଷା, ସଂସ୍କୃତି, ପ୍ରାର୍ଥୀ ଆଉ ପ୍ରସଙ୍ଗ ହେବ ନାହିଁ, ଯାହା ପ୍ରସନ୍ନ ଆଚାର୍ଯ୍ୟଙ୍କ ସମୟ ପୂର୍ବରୁ ହେଉଥିଲା। ଏବେ ଲୋକଙ୍କ ଆଗରେ ପାର୍ଟି ଓ ତାହାର ଚିହ୍ନ ହେବ ଏକମାତ୍ର ବିକଳ୍ପ। ସଂଗଠନ ଭିତରେ ଯୁଦ୍ଧ ହିଁ ଏଠାରେ ପ୍ରାର୍ଥୀଙ୍କୁ ଜିତାଇବ।