ସିଦ୍ଧାନ୍ତଙ୍କ ପାଇଁ ଭୋଟ୍‌ ମାଗିଲେ ସ୍ତ୍ରୀ ମାମା ମିଶ୍ର
Advertisement
Article Detail0/zeeodisha/odisha2245053

ସିଦ୍ଧାନ୍ତଙ୍କ ପାଇଁ ଭୋଟ୍‌ ମାଗିଲେ ସ୍ତ୍ରୀ ମାମା ମିଶ୍ର

ଦିଗପହଣ୍ଡିରେ ସ୍ୱାମୀଙ୍କୁ ଜିତାଇବା ପାଇଁ ପତ୍ନୀ ମାମା ମିଶ୍ର ମଧ୍ୟ ସିଦ୍ଧାନ୍ତଙ୍କ ପାଇଁ ପ୍ରଚାର ଆରମ୍ଭ କରିଛନ୍ତି ।

ସିଦ୍ଧାନ୍ତଙ୍କ ପାଇଁ ଭୋଟ୍‌ ମାଗିଲେ ସ୍ତ୍ରୀ ମାମା ମିଶ୍ର

ବ୍ରହ୍ମପୁର: ଓଲିଉଡ ଅଭିନେତା ସିଦ୍ଧାନ୍ତ ମହାପାତ୍ର ଚଳିତ ଥର ଦିଗପହଣ୍ଡି ଆସନରେ ବିଜେପି ପକ୍ଷରୁ ବିଧାୟକ ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଛନ୍ତି । ଦିଗପହଣ୍ଡିର ବିଭିନ୍ନ ଅଞ୍ଚଳରେ ସିଦ୍ଧାନ୍ତ ପ୍ରଚାର କାର୍ଯ୍ୟ ମଧ୍ୟ ଖୁବ ଜୋରସୋର ଆରମ୍ଭ କରିଛନ୍ତି । ଦିଗପହଣ୍ଡିରେ ସ୍ୱାମୀଙ୍କୁ ଜିତାଇବା ପାଇଁ ପତ୍ନୀ ମାମା ମିଶ୍ର ମଧ୍ୟ ସିଦ୍ଧାନ୍ତଙ୍କ ପାଇଁ ପ୍ରଚାର ଆରମ୍ଭ କରିଛନ୍ତି ।

ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀରେ ନିକଟରେ ହୋଇଥିବା ଏକ ସମାବେଶରେ ସିଦ୍ଧାନ୍ତ ମହାପାତ୍ରଙ୍କ ସହ ଅଞ୍ଚଳର ଅନେକ କର୍ମକର୍ତ୍ତା ଯୋଗ ଦେଇଥିଲେ । ଏହି ଅବସରରେ ଜନସଭାରେ ସମ୍ୱୋଧିତ କରିଥିଲେ ଅଭିନେତ୍ରୀ ତଥା ସିଦ୍ଧାନ୍ତଙ୍କ ପତ୍ନୀ ମାମା ମିଶ୍ର । ପଦ୍ମ ଚିହ୍ନ ମାଆମାନଙ୍କର ପ୍ରିୟ ଚିହ୍ନ । କାରଣ ଏହା ଆମେ ମାଣବସା ଗୁରବାରରେ ଘରକୁ ଲକ୍ଷ୍ମୀଙ୍କ ଆଗମନ ପାଇଁ ପକାଇଥାଉ । ସେହିପରି ଦେଶକୁ ଆଗେଇ ନେବାକୁ ହେଲେ ଆମକୁ ପଦ୍ମ ଫୁଟେଇବାକୁ ପଡିବ ବୋଲି ମାମା କହିଥିଲେ । ବିଧାୟକ ଏବଂ ସାଂସଦ ପ୍ରାର୍ଥୀଙ୍କୁ ପଦ୍ମ ଚିହ୍ନରେ ଭୋଟ୍ ଦେବା ପାଇଁ ଲୋକଙ୍କୁ ନିବେଦନ କରିଥିଲେ ମାମା । ଏଥିସହିତ ବିଜେପି ସରକାର ଲୋକଙ୍କ ପାଇଁ କରିଥିବା ଯୋଜନା ସମ୍ପର୍କରେ ମଧ୍ୟ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ସନ୍ଧ୍ୟା ସମୟରେ ଅନୁଷ୍ଠିତ ଏହି ପ୍ରଚାରକାର୍ଯ୍ୟରେ ସିଦ୍ଧାନ୍ତ ଏବଂ ମାମା ମିଶ୍ର ଗୋଟିଏ ମଞ୍ଚରେ ଥିବାରୁ ଉଭୟଙ୍କୁ ଦେଖିବା ପାଇଁ ବିଭିନ୍ନ ଅଞ୍ଚଳରୁ ପ୍ରଶଂସକମାନେ ଛୁଟି ଆସିଥିଲେ ।

Also Read- Badrinath Dham: ୬ ମାସ ପରେ ଦର୍ଶନ ଦେଲେ ବାବା ବଦ୍ରିନାଥ, ଆରମ୍ଭ ହେଲା ଭକ୍ତଙ୍କ ଭିଡ

Also Read- Surya Nakshatra Parivartan 2024: ୧୧ ମଇରୁ ୩ ରାଶି ପାଇଁ ଆରମ୍ଭ ହୋଇଛି ଶୁଭ ସମୟ, ବର୍ଷିବ ଧନ