Actor Death: ହୃଦଘାତରେ ପ୍ରାଣ ହରାଇଲେ ଏହି ପ୍ରସିଦ୍ଧ ଅଭିନେତା, ସିନେ ଜଗତରେ ଶୋକର ଛାୟା
Advertisement
Article Detail0/zeeodisha/odisha2236784

Actor Death: ହୃଦଘାତରେ ପ୍ରାଣ ହରାଇଲେ ଏହି ପ୍ରସିଦ୍ଧ ଅଭିନେତା, ସିନେ ଜଗତରେ ଶୋକର ଛାୟା

Actor Death: ଭାରତୀୟ ସିନେ ଜଗତରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଭାରତୀୟ ସିନେମା ଆଉ ଏକ ସିତାରା ହରାଇଛି। ହୃଦଘାତ ଯୋଗୁଁ ଜଣେ ପ୍ରସିଦ୍ଧ ଅଭିନେତାଙ୍କର ମୃତ୍ୟୁ ହୋଇଛି। ଅଭିନେତାଙ୍କ ଦେହାନ୍ତରେ ତାଙ୍କ ପ୍ରଶଂସକମାନେ ଅତ୍ୟନ୍ତ ଭାଙ୍ଗି ପଡ଼ିଥିବା ଦେଖିବାକୁ ମିଳିଛି।

ପ୍ରସିଦ୍ଧ ମରାଠୀ ଅଭିନେତା କ୍ଷିତୀଜ ଜାରାପକର ସବୁଦିନ ପାଇଁ ଏ ଦୁନିଆରୁ ବିଦାୟ ନେଇଛନ୍ତି। କେବଳ ମରାଠୀ ଫିଲ୍ମ ଇଣ୍ଡଷ୍ଟ୍ରି ପାଇଁ ନୁହେଁ ବରଂ ଭାରତୀୟ ସିନେମା ପାଇଁ ମଧ୍ୟ କ୍ଷିତଜ ଜାରପକରଙ୍କ ଦେହାନ୍ତ ଏକ ବଡ କ୍ଷତି। ସୂଚନା ଅନୁସାରେ କ୍ଷିତିଜ ୫ ମେ ଅର୍ଥାତ୍ ଗତ ରବିବାର ଦିନ ହୃଦଘାତରେ ପ୍ରାଣ ହରାଇଛନ୍ତି। କେବଳ ଏତିକି ନୁହେଁ ସେ ଅନେକ ଦିନ ହେବ କର୍କଟ ରୋଗରେ ପୀଡ଼ିତ ଥିବା ମଧ୍ୟ ଜଣାପଡ଼ିଛି।

ତାଙ୍କର ମୃତ୍ୟୁ ପରେ ସୋସିଆଲ ମିଡିଆରେ ସମସ୍ତେ ଅଭିନେତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି। କେବଳ ଜଣେ ଅଭିନେତା ଭାବରେ ନୁହେଁ, ନିର୍ଦ୍ଦେଶକ ଭାବରେ ମଧ୍ୟ କ୍ଷିତିଜ ଲୋକଙ୍କ ହୃଦୟରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥିଲେ। ସେ ଅନେକ ଉତ୍କୃଷ୍ଟ ଚଳଚ୍ଚିତ୍ରରେ ଅଭିନୟ କରିଥିବା ମଧ୍ୟ ଦେଖିବାକୁ ମିଳିଛି। ଆସନ୍ତୁ ଆପଣଙ୍କୁ କହିବା ଯେ କ୍ଷିତଜ ବାଲଗନ୍ଧର୍ଭ, ଏକୁଲାଟି ଏକ, ଠେଙ୍ଗା, ଆଇଡିଆଚି କଲ୍ପନା ଏବଂ ଗୋଲା ବେରିଜ ଭଳି ହିଟ୍ ଚଳଚ୍ଚିତ୍ରରେ କାମ କରିଛନ୍ତି। ଅଭିନେତାଙ୍କର ହଠାତ୍ ଦେହାନ୍ତ ଖବର ଇଣ୍ଡଷ୍ଟ୍ରିରେ ଶୋକର ଲହରୀ ସୃଷ୍ଟି କରିଛି।

କ୍ଷିତଜଙ୍କ ଦେହାନ୍ତରେ ଦୁଃ ଖ ପ୍ରକାଶ କରି ଅଭିନେତ୍ରୀ ଅର୍ଚ୍ଚନା ନେଭରକର ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରିଛନ୍ତି। ଏହି ପୋଷ୍ଟରେ ଅଭିନେତ୍ରୀ ଲେଖିଛନ୍ତି ଯେ କ୍ଷୀତିଜ ତୁମକୁ ଏତେ ଜଲଦି ଯିବା କଣ ଦରକାର ଥିଲା। ଏତେ ବର୍ଷର ବନ୍ଧୁତା, ଏକାଠି କାମ କରିବା ଏବଂ ମୋ ଚଳଚ୍ଚିତ୍ରର ନିର୍ଦ୍ଦେଶନା, ଏତେ ଶୀଘ୍ର ସମାପ୍ତ ହୋଇଗଲା। ମୁଁ ଏକ କଲ ପାଇଲି ଏବଂ ଏହା ଶୁଣି ମୁଁ ବହୁତ ଦୁଃଖିତ | ମୁଁ ଏହାକୁ ଆଦୌ ବିଶ୍ୱାସ କରିପାରିଲି ନାହିଁ।