Chaturgrahi Yoga 2024: ୫୦ ବର୍ଷ ପରେ ସୃଷ୍ଟି ହେବାକୁ ଯାଉଛି ଚତୃଗ୍ରାହି ଯୋଗ, ଉଜ୍ଜ୍ୱଳ ହେବାକୁ ଯାଉଛି ଏହି ରାଶିଙ୍କ ଭାଗ୍ୟ
Advertisement
Article Detail0/zeeodisha/odisha2190671

Chaturgrahi Yoga 2024: ୫୦ ବର୍ଷ ପରେ ସୃଷ୍ଟି ହେବାକୁ ଯାଉଛି ଚତୃଗ୍ରାହି ଯୋଗ, ଉଜ୍ଜ୍ୱଳ ହେବାକୁ ଯାଉଛି ଏହି ରାଶିଙ୍କ ଭାଗ୍ୟ

Chaturgrahi Yoga 2024: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ୯ ଏପ୍ରିଲରେ ବୁଧ ଗ୍ରହ ମୀନ ଗ୍ରହରେ ଗୋଚର କରିବେ। ଏହା ଯୋଗୁଁ ବୁଧ ଓ ରାହୁ ସହିତ ସୂର୍ଯ୍ୟଙ୍କ ଏକ ସଂଯୋଗ ସୃଷ୍ଟି ହେବ। ଯେଉଁଥିପାଇଁ କିଛି ରାଶି ବମ୍ପର ଲାଭ ପାଇବେ। ତେବେ ଆସନ୍ତୁ ଜାଣିବା କେଉଁ ରାଶିର ଭାଗ୍ୟ ଉଜ୍ଜ୍ୱଳ ହେବାକୁ ଯାଉଛି।

 

Chaturgrahi Yoga Horoscope 2024

Chaturgrahi Yoga Horoscope 2024: ଗ୍ରହ ମାନଙ୍କ ଗୋଚର, ନବରାତ୍ରୀ ଓ ସୂର୍ଯ୍ୟପରାଗ ଦୃଷ୍ଟିରୁ ଏପ୍ରିଲ୍ ମାସ ଅତ୍ୟନ୍ତ ସ୍ୱତନ୍ତ୍ର ହେବାକୁ ଯାଉଛି। ଏହି ମାସ ୯ ଏପ୍ରିଲ ଦିନ ବୁଧ ଗ୍ରହ ମୀନ ରାଶିରେ ପ୍ରବେଶ କରିବ। ଯେଉଁଠାରେ ପୂର୍ବରୁ ରାହୁ, ଶୁକ୍ର ଓ ସୂର୍ଯ୍ୟ ଉପସ୍ଥିତ ଅଛନ୍ତି। ମୀନରେ ଚାରୋଟି ଗ୍ରହର ମିଳନ ଚତୃଗ୍ରାହି ଯୋଗ ଓ ବୁଦ୍ଧଦିତ୍ୟ ରାଜଯୋଗ ସହିତ ଗ୍ରହମାନଙ୍କର ଏକ ଚମତ୍କାର ମିଶ୍ରଣ ସୃଷ୍ଟି କରିବ। ଯାହାର ଶୁଭ ପ୍ରଭାବ ଯୋଗୁଁ କିଛି ରାଶି ବହୁତ ଶୁଭ ଫଳାଫଳ ପାଇବ। ସାମଗ୍ରୀକ ଆରାମ ଓ ଧନ ବୃଦ୍ଧି ହେବ। ସୂର୍ଯ୍ୟ ଭଗବାନଙ୍କ କୃପା ଦ୍ୱାରା ଆତ୍ମବିଶ୍ୱାସ ବୃଦ୍ଧି ପାଇବ ଓ ସମସ୍ତ କାର୍ଯ୍ୟରେ ଇଚ୍ଛା ପ୍ରାପ୍ତ ସଫଳତା ହାସଲ ମିଳିବ। ପ୍ରଗତିର ପଥରେ ଆସୁଥିବା ବାଧା ଦୂର ହେବ ଓ ଜୀବନରେ ସୁଖ, ସମୃଦ୍ଧତା ରହିବ। ତେବେ ଆସନ୍ତୁ ଜାଣିବା କେଉଁ ରାଶିର ଭାଗ୍ୟ ଉଜ୍ଜ୍ୱଳ ହେବ।

ମିଥୁନ ରାଶି
ଚାକିରି ଓ ବ୍ୟବସାୟ ପାଇଁ ପରିବେଶ ଅନୁକୂଳ ହେବ। କ୍ୟାରିୟର ଅଭିବୃଦ୍ଧି ପାଇଁ ଅନେକ ସୁବର୍ଣ୍ଣ ସୁଯୋଗ ମିଳିବ। ଧନ ଏବଂ ସମ୍ପତ୍ତି ବୃଦ୍ଧି ହେବାର ସମ୍ଭାବନା ରହିବ। ଦାମ୍ପତ୍ୟ ଜୀବନରେ ସୁଖ ରହିବ। ପରିବାରରେ ସୁଖ ଓ ଶାନ୍ତି ରହିବ। ଚାକିରୀ କରୁଥିବା ଲୋକଙ୍କ ପାଇଁ ପଦୋନ୍ନତି କିମ୍ବା ମୂଲ୍ୟାଙ୍କନର ସମ୍ଭାବନା ବୃଦ୍ଧି ପାଇବ। ବ୍ୟବସାୟରେ ଲାଭ ହେବ।

କନ୍ୟା ରାଶି
ବୁଧ, ଶୁକ୍ର ଓ ସୂର୍ଯ୍ୟଙ୍କ ମିଳନ ଯୋଗୁଁ ସାମାଜିକ ସ୍ଥିତି ଓ ପ୍ରତିଷ୍ଠା ବୃଦ୍ଧି ପାଇବ। କ୍ୟାରିୟର ଉନ୍ନତି ପାଇଁ ଅନେକ ସୁଯୋଗ ରହିବ। ବ୍ୟବସାୟରେ ଆର୍ଥିକ ଲାଭ ହେବ। ସରକାରୀ ଚାକିରି ପାଇଁ ପ୍ରସ୍ତୁତ ଛାତ୍ରମାନେ ଭଲ ଖବର ପାଇବେ। ସମ୍ପର୍କରେ ମତଭେଦ ଦୂର ହେବ। ଆପଣ ନିଜ ସାଥୀଙ୍କଠାରୁ ସମର୍ଥନ ପାଇବେ। ସୁଖମୟ ଜୀବନ ବିତାଇବେ।

ଧନୁ ରାଶ
ସୂର୍ଯ୍ୟ, ବୁଧ, ରାହୁ ଓ ଶୁକ୍ରଙ୍କ ମିଶ୍ରଣରୁ ଧନୁ ରାଶି ଲୋକମାନେ ବହୁତ ଲାଭ ପାଇବେ। ଜୀବନରେ କୌଣସି ଜିନିଷର ଅଭାବ ରହିବ ନାହିଁ। ସମ୍ପର୍କରେ ପ୍ରେମ ବୃଦ୍ଧି ପାଇବ। ଜମି କିମ୍ବା ଯାନ କିଣିବାର ସମ୍ଭାବନା ରହିବ। ଟଙ୍କା ଆସିବା ପାଇଁ ନୂତନ ରାସ୍ତା ଖୋଲାଯିବ। ଆପଣ ନିଜ ଜୀବନସାଥୀଙ୍କ ଠାରୁ ଅନେକ ସରପ୍ରାଇଜ୍ ପାଇବେ। ଆରାମ ଓ ବିଳାସପୂର୍ଣ୍ଣ ଜୀବନ ବିତାଇବ।

(Disclaimer: ଏଠାରେ ଦିଆଯାଇଥିବା ତଥ୍ୟ ଜ୍ୟୋତିଷ ଶାସ୍ତ୍ର ଉପରେ ଆଧାରିତ ଓ କେବଳ ଆପଣଙ୍କ ସୂଚନା ପାଇଁ ଦିଆଯାଉଛି। Zee Odisha News ଏହାକୁ ନିଶ୍ଚିତ କରେ ନାହିଁ। ଏହାକୁ କୌଣସି ସମାଧାନ ଭାବେ ନେବା ପୂର୍ବରୁ, ନିଶ୍ଚିତ ଭାବରେ ସମ୍ପୃକ୍ତ ବିଷୟର ଜ୍ଞାନଥିବା ଜଣେ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ।)